Cricket

ଟି-୨୦ ସିରିଜ ପାଇଁ ଧର୍ମଶାଳାରେ ଦକ୍ଷିଣ ଆଫ୍ରିକା ଦଳ

(ଓଡିଶାସ୍ପୋର୍ଟସ ): ଟି-୨୦ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା କିକ୍ରେଟ ଦଳ ମଙ୍ଗଳବାର ଧର୍ମଶାଳାରେ ପହଞ୍ଚିଛି । ଭାରତ ବିପକ୍ଷରେ ତିନୋଟି ଟି-୨୦ ମ୍ୟାଚ ଖେଳାଯିବ । ୱିକେଟକିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’କକ୍ ଦକ୍ଷିଣ ଆଫ୍ରିକା ଟିମର ନେତୃତ୍ୱ ନେବେ। ସିରିଜର ପ୍ରଥମ ମ୍ୟାଚ୍ ୧୫ ତାରିଖରେ ଧର୍ମଶାଳା, ୧୮ରେ ଦ୍ୱିତୀୟ ଟି-୨୦ ଏବଂ ୨୨ରେ ତୃତୀୟ ଟି-୨୦ ମ୍ୟାଚ୍ ଖେଳାଯିବ।
ବିଶ୍ୱକପ୍ ପରେ ଦକ୍ଷିଣ ଆଫ୍ରିକା ପରେ ପ୍ରଥମଥର ପାଇଁ ଏହି ସିରିଜ୍ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବ। ଟି-୨୦ ରାଙ୍କିଙ୍ଗରେ ତୃତୀୟ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ଦଳରେ ଏକାଧିକ ଯୁବ ଖେଳାଳିଙ୍କୁ ସାମିଲ୍ କରାଯାଇଛି। ବିଶ୍ୱକପ୍ ଦଳରେ ସ୍ଥାନ ପାଇଥିବା ଆଣ୍ଡିଲେ ଫେଲୁକୱାୟୋ, ଡି’କକ୍, କାଗିସୋ ରବାଡା, ଡେଭିଡ୍ ମିଲର୍ ଏବଂ ତାଜରେଜ୍ ଶାମସୀଙ୍କ ଭଳି ସିନିୟର ଖେଳାଳି ଦଳରେ ସ୍ଥାନ ପାଇଛନ୍ତି।

Related posts

ୱେଷ୍ଟଇଣ୍ଡିଜ-ବାଂଲାଦେଶ ପ୍ରଥମ ଟେଷ୍ଟ; ପ୍ରଥମ ଦିନରେ ୧୪ ୱିକେଟର ପତନ

ଓଡିଶା ସିନିୟର୍ ମହିଳା କ୍ରିକେଟ ଦଳରେ ଚାନ୍ଦବାଲି ମାଟିର ଝିଅ

Odisha Sports Bureau

୨୩ ମିନିଟରେ ମ୍ୟାଚ୍ ଜିତାଇଦେଲେ

Odisha Sports Bureau