Cricket

କୋହଲିଙ୍କ ନାମରେ କୋଟଲା ଷ୍ଟାଡ଼ିୟମ ଷ୍ଟାଣ୍ଡ

(ଓଡିଶାସ୍ପୋର୍ଟସ ): ଭାରତୀୟ କିକ୍ରେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ନାମରେ ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ସଂଘ ବା ଡିଡିସିଏ ଫିରୋଜ ଶାହା କୋଟଲାର ନୂଆ ପ୍ୟାଭିଲିୟନ ଷ୍ଟାଣ୍ଡର ନାମ ନାମିତ ହେବ । ଆଜି ଜବାହାରଲାଲ ନେହେରୁ ଷ୍ଟାଡିୟମର ଭାରତୋଳନ ହଲରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ । ଯେଉଁଠାରେ କୋଟଲା ଷ୍ଟାଡିୟମର ନାମ ଅରୁଣ ଜେଟଲୀ ନାମରେ ରଖାଯିବ ।

ଏହି କାର୍ଯ୍ୟକ୍ରମରେ ସର୍ବଶ୍ରେଷ୍ଠ ଅଧିନାୟକ ଭାବେ କୋହଲିଙ୍କୁ ସମ୍ମାନିତ କରାଯିବ । କାରଣ ସେ ନିକଟରେ ମହେନ୍ଦ୍ର ସିଂ ଧୋନୀଙ୍କୁ ଫଛରେ ପକାଇ ସବୁଠାରୁ ଅଧିକ ମ୍ୟାଚ ଜିତିଥିବା ଅଧିନାୟକ ହୋଇଛନ୍ତି । ଏହି କାର୍ୟ୍ୟକ୍ରମରେ କୋହଲିଙ୍କ ସହ ଦଳର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ ।
ଡିଡିସିଏର ଅଧ୍ୟକ୍ଷ ରଜତ ଶର୍ମାଙ୍କ କହିବାନୁସାରେ ଏଠାରେ ଆକର୍ଷଣୀୟ କାର୍ୟ୍ୟକ୍ରମ ଆୟୋଜନ କରାଯିବ । ଯେଉଁଠାରେ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯିବ । ଦିଲ୍ଲୀ କ୍ରିକେଟରେ ତାଙ୍କର ଅନେକ ଯୋଗଦାନ ରହିଛି । ଷ୍ଟାଡିୟମକୁ ତାଙ୍କ ନାମରେ ରଖାଯାଇ ମଦତ ଉଦ୍ଦେଶ୍ୟକୁ ପୂରଣ କରାଯିବ ।

Related posts

୭୦ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ବିଜୟୀ

Odisha Sports Bureau

ପ୍ରଥମ ମ୍ୟାଚରେ ଫେଲ ମାରିଲା ଭାରତୀୟ ଦଳ

Odisha Sports Bureau

ଭାରତର ମହାନ ବ୍ୟାଟସମ୍ୟାନ ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଅଯୋଧ୍ୟାରେ ପହଞ୍ଚିଛନ୍ତି