Cricket

କେରିବିୟନ ପ୍ରମିୟର ଲିଗରେ ରସେଲଙ୍କୁ ଚୋଟ

(ଓଡିଶାସ୍ପୋର୍ଟସ ):  ୱେଷ୍ଟେଣ୍ଡିଜର ବିସ୍ପୋଟକ ଅଲରାଉଣ୍ଡର ଆଣ୍ଡ୍ରେ ରସେଲଙ୍କୁ କେରିବିୟନ ପ୍ରମିୟର ଲିଗରେ ଜମୈକା ତଳବାହ ଓ ସେଣ୍ଟ ଲୁସିୟା ଜୋଉକ୍ସ ମଧ୍ୟରେ ହେଉଥିବା ମ୍ୟାଚ ବେଳେ ମୁଣ୍ଡରେ ବଲ ବାଜିଛି ଆଘାତ ଲାଗିଛି । ରସେଲ ବ୍ୟାଟିଂ କରିଥିବା ବେଳେ ହେଲମେଣ୍ଟ ପିନ୍ଧିଥିଲେ । କିନ୍ତୁ ବଲ ବାଜିବା ପରେ ତାଙ୍କୁ ପଡିଆରୁ ବାହାରକୁ ଯିବାକୁ ପଡିଛି ।

କ୍ରିକ୍ଇମ୍ଫୋ ଅନୁଯାୟୀ, ଗୁରୁବାର ସବାଇନା ପାକୟରେ ତଲବାହର ବ୍ୟାଟିଂ ବେଳେ ୧୪ ଓଭରରେ ରସେଲ ଫୁଲ ସଟ ଖେଳିବାକୁ ପ୍ରୟାସ କରିଥିଲେ । ଫୁଲ ସଟ ଖେଳିବା ପ୍ରୟାସ କରିବା କାରଣରୁ ତାଙ୍କ ମୁଣ୍ଡକୁ ବୁଲାଇଥିଲେ ଓ ତାଙ୍କ ମୁଣ୍ଡରେ ଚୋଟ ଲାଗିଥିଲା । ଫଳରେ ସେ ତଳେ ପଡି ଯାଇଥିଲେ । ଅନ୍ୟ ଖେଳାଳୀ ତାଙ୍କ ହେଲମେଟ ବାହାର କରି କ୍ଷତ ଦେଖିଥିଲେ । ରସେଲଙ୍କୁ ତୁରନ୍ତ ଷ୍ଟ୍ରେଚରରେ ପଡିଆରୁ ବାହାରକୁ ନିଆ ଯାଇଥିଲା । ଏହାପରେ ତାଙ୍କ ସିଟି ସ୍କାନ କରାଯାଇଥିଲା । ରିପୋର୍ଟରେ କୌଣସି ଗମ୍ଭୀର ଚୋଟ ଲାଗିନ ଥିବା ଜଣାପଡିଛି । ରସେଲ ହେଲମେଟରେ ନେକ ଗାର୍ଡ ଲଗାଇ ନ ଥିଲେ । ଯଦି ନେକ ଗାର୍ଡ ଲଗାଯାଇଥାନ୍ତା, ତେବେ ଏପରି ହୋଇନଥାନ୍ତା ।

Related posts

ଫ୧୯ରେ ହେବ ଖେଳାଳି ନିଲାମ

Odisha Sports Bureau

ଓଡ଼ିଶା କ୍ରିକେଟ୍‌ ଦଳର ଦ୍ରୁତ ବୋଲର ଆଶୁତୋଷ ଛୁରିଆ ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ରେ ପ୍ରଶିକ୍ଷଣ ପାଇବାକୁ ମନୋନୀତ

Odisha Sports Bureau

ୱାନ୍ ଡେ ବିଶ୍ୱକପ୍ କାର୍ଯ୍ୟସୂଚୀ ରିଲିଜ୍ ତାରିଖ ପ୍ରକାଶ, ପିସିବିକୁ ଅଧିକ ସମୟ ଦେବନି ଆଇସିସି

Odisha Sports Bureau