More Sports

ବିଶ୍ୱ ଏମ୍ଚ୍ୟୁର ଗଲଫ୍ ଚମ୍ପିଆନଶିପ୍ ପାଇଁ ୫ ଭାରତୀୟ କ୍ୱାଲିଫାଏ

(ଓଡିଶା ସ୍ପୋର୍ଟସ): କର୍ଣ୍ଣାଟକ ଗଲଫ୍ ଫେଷ୍ଟିଭାଲ(କେଜିଏଫ୍)ରେ ଭାଗ ନେଇଥିବା ପାଞ୍ଚ ଜଣ ଭାରତୀୟ ଖେଳାଳୀ ଅକ୍ଟୋବରରେ ମାଲେସିଆର ବୋର୍ଣ୍ଣୀୟୋରେ ହେବାକୁଥିବା ଏମ୍ଚ୍ୟୁର ଗଲଫ୍ ଚମ୍ପିଆନଶିପ୍ (ଡବ୍ଲୁଏଜିସି) ପାଇଁ କ୍ୱାଲିଫାଏ କରିନେଇଛନ୍ତି । କେଜିଏଫ୍ ର ବିଜେତା ଡବ୍ଲୁଏଜିସିରେ ଭାରତର ପ୍ରତିନିଧିତ୍ୱ କରିବାର ଅଧିକାର ପାଇିଛନ୍ତି ।
ରବିବାର ଦିନ ସମାପ୍ତ ହୋଇଥିବା ଏହି ପ୍ରତିଯୋଗିତାରେ ନରେନ୍ଦ୍ର କୁଦୱା ୪୦ ସ୍କୋର ସହିତ ୨୧-୨୪ ହେଣ୍ଡିକାପ୍ ବର୍ଗରେ ବିଜୟ ହୋଇଛନ୍ତି, ଯେତେବେଳେ କି ସନ୍ଦିପ୍ ମଲହାନ ୧୬-୨୦ ହେଣ୍ଡିକାପ୍ ବର୍ଗରେ ୪୧ ଅଙ୍କ ସହିତ ଶୀର୍ଷ ସ୍ଥାନରେ ରହିଛନ୍ତି । ଅନ୍ୟ ବର୍ଗ ଗୁଡିକରେ ଏମ୍କେ ଅୟପ୍ପା(୧୧,୧୫,୪୧ ଅଙ୍କ), ଅମିତ ଖାନସାହିବ(୬-୪,୪୦ ଅଙ୍କ) ଏବଂ ଡେବିଟ୍ ଡିସୁଜା(୦-୫, ୩୯ ଅଙ୍କ)ରେ ବିଜେତା ରହିଛନ୍ତି । ଏହି ବାର୍ଷିକ ପ୍ରତିଯୋଗିତାରେ ଦେଶରୁ ପ୍ରାୟ ୫୦୦ରୁ ଅଧିକ ଗଲ୍ଫର ଭାଗ ନେଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ କରୁଣା ନାୟାର, ଏସ୍ ବଦ୍ରିନାଥ, ସୁଜିତ ସୋମସୁନ୍ଦର, ଲକ୍ଷ୍ମୀପତି ବାଲାଜୀ ଏବଂ ବେଙ୍କଟେସ୍ ପ୍ରସାଦଙ୍କ ପରି କ୍ରିକେଟର ମଧ୍ୟ ଏଥିରେ ଭାଗ ନେଇଛନ୍ତି ।

Related posts

ଏସିଆନ କୁସ୍ତି ଚମ୍ପିୟାନସିପରେ ଭାଗ ନେବେନି ଚୀନ

Odisha Sports Bureau

ଏସୀୟ ବାଳିକା ରଗବି ସେଭେନ୍ସ ପ୍ରତିଯୋଗିତା, ଚୀନ ପିନ୍ଧିଲା ବିଜୟୀ ମୁକୂଟ ଭାରତ ଚତୁର୍ଥ ସ୍ଥାନରେ

Odisha Sports Bureau

ଏଫଆଇଏଚ୍ ପ୍ରୋ ଲିଗ ସ୍ଥଗିତ

Odisha Sports Bureau