More Sports

ବିଶ୍ୱ ଏମ୍ଚ୍ୟୁର ଗଲଫ୍ ଚମ୍ପିଆନଶିପ୍ ପାଇଁ ୫ ଭାରତୀୟ କ୍ୱାଲିଫାଏ

(ଓଡିଶା ସ୍ପୋର୍ଟସ): କର୍ଣ୍ଣାଟକ ଗଲଫ୍ ଫେଷ୍ଟିଭାଲ(କେଜିଏଫ୍)ରେ ଭାଗ ନେଇଥିବା ପାଞ୍ଚ ଜଣ ଭାରତୀୟ ଖେଳାଳୀ ଅକ୍ଟୋବରରେ ମାଲେସିଆର ବୋର୍ଣ୍ଣୀୟୋରେ ହେବାକୁଥିବା ଏମ୍ଚ୍ୟୁର ଗଲଫ୍ ଚମ୍ପିଆନଶିପ୍ (ଡବ୍ଲୁଏଜିସି) ପାଇଁ କ୍ୱାଲିଫାଏ କରିନେଇଛନ୍ତି । କେଜିଏଫ୍ ର ବିଜେତା ଡବ୍ଲୁଏଜିସିରେ ଭାରତର ପ୍ରତିନିଧିତ୍ୱ କରିବାର ଅଧିକାର ପାଇିଛନ୍ତି ।
ରବିବାର ଦିନ ସମାପ୍ତ ହୋଇଥିବା ଏହି ପ୍ରତିଯୋଗିତାରେ ନରେନ୍ଦ୍ର କୁଦୱା ୪୦ ସ୍କୋର ସହିତ ୨୧-୨୪ ହେଣ୍ଡିକାପ୍ ବର୍ଗରେ ବିଜୟ ହୋଇଛନ୍ତି, ଯେତେବେଳେ କି ସନ୍ଦିପ୍ ମଲହାନ ୧୬-୨୦ ହେଣ୍ଡିକାପ୍ ବର୍ଗରେ ୪୧ ଅଙ୍କ ସହିତ ଶୀର୍ଷ ସ୍ଥାନରେ ରହିଛନ୍ତି । ଅନ୍ୟ ବର୍ଗ ଗୁଡିକରେ ଏମ୍କେ ଅୟପ୍ପା(୧୧,୧୫,୪୧ ଅଙ୍କ), ଅମିତ ଖାନସାହିବ(୬-୪,୪୦ ଅଙ୍କ) ଏବଂ ଡେବିଟ୍ ଡିସୁଜା(୦-୫, ୩୯ ଅଙ୍କ)ରେ ବିଜେତା ରହିଛନ୍ତି । ଏହି ବାର୍ଷିକ ପ୍ରତିଯୋଗିତାରେ ଦେଶରୁ ପ୍ରାୟ ୫୦୦ରୁ ଅଧିକ ଗଲ୍ଫର ଭାଗ ନେଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ କରୁଣା ନାୟାର, ଏସ୍ ବଦ୍ରିନାଥ, ସୁଜିତ ସୋମସୁନ୍ଦର, ଲକ୍ଷ୍ମୀପତି ବାଲାଜୀ ଏବଂ ବେଙ୍କଟେସ୍ ପ୍ରସାଦଙ୍କ ପରି କ୍ରିକେଟର ମଧ୍ୟ ଏଥିରେ ଭାଗ ନେଇଛନ୍ତି ।

Related posts

ଅସୁସ୍ଥତା ହେତୁ କମନ୍‌ୱେଲ୍‌ଥ ଗେମ୍ସରେ ଖେଳିବେନି ନୀରଜ ଚୋପ୍ରା

ରଣଜୀ ଟ୍ରଫି ଏବଂ ଇରାନି କପ୍ ହାସଲ କରି ବିଦର୍ଭ ପୁଣି ଥରେ ଦ୍ୱିମୁକୁଟ ଅର୍ଜନ

Odisha Sports Bureau

ଏସୀୟ କ୍ରୀଡ଼ା ଟ୍ରାଏଲ୍ସ; ଭାଗନେବେ ବିଭିନ୍ନ ରାଜ୍ୟର କୁସ୍ତିଯୋଦ୍ଧା