(ଓଡିଶା ସ୍ପୋର୍ଟସ ): ମହାନ କ୍ରିକେଟର କପିଲ ଦେବଙ୍କ ସହିତ ସିନିୟର ଗଲଫ ଷ୍ଟାର ମାନେ ଗୁରୁବାର ଦିନ ଆରମ୍ଭ ହେବାକୁଥିବା ଗଲଫ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ । ଏହା ସହ ଟାଇଟଲ୍ ଜିତିବା ଫାଇଁ ଚେଷ୍ଟା କରିବେ । ମିଡିଆ ବିଜ୍ଞପ୍ତି ଅନୁସାରେ ‘ଏଭିଟି ଜମ୍ପିଆନସ୍ ଟୁର ଗଲ୍ଫ୍’ ଭାରତରେ ଏକ ଏପରି ଟୁର ଅଟେ । ଯେଉଁଥିରେ ୫୦ ବର୍ଷ ଏବଂ ୫୦ ବର୍ଷରୁ ଉର୍ଦ୍ଧ ବୟଷର ଗଲ୍ଫର ଏଥିରେ ଭାଗ ନିଅନ୍ତି ।
୧୯୮୩ ମସିହାର ଭାରତୀୟ କ୍ରିକେଟ୍ ଟିମର ବିଶ୍ୱ କପ୍ ବିଜେତା କ୍ୟାପଟେନ୍ କପିଲ ଦେବ କ୍ରିକେଟରୁ ସନ୍ୟାସ ନେବା ପରେ ଗଲ୍ଫ୍ ଖେଳିବା ଆରମ୍ଭ କରିଥିଲେ । ଏହା ବାର୍ଷିକ ‘ଏଭିଟି ଚମ୍ପିଆନସ୍ ଟୁର ଗଲଫ୍’ ର ପ୍ରଥମ ସିଜିନର ତୃତୀୟ ଲିଗ୍ , ଏହା ୧୯ ଏବଂ ୨୦ ସେପ୍ଟେମ୍ବରରେ ଖେଳାଯିବ । ଏହାର ପ୍ରଥମ ପର୍ଯ୍ୟାୟ ଦିଲ୍ଲୀ ଏନସିଆରଠାରେ ଆୟୋଜିତ ହୋଇଥିଲା, ଏହାପରେ ଜୁନ ମାସରେ ବାଙ୍ଗଲୋରରେ ଦ୍ୱିତୀୟ ପର୍ଯ୍ୟାୟ ଖେଳା ଯାଇଥିଲା । ଜାନୁଆରି ୨୦୨୦ରେ ଏହାର ଶେଷ ପର୍ଯ୍ୟାୟ ଖେଳାଯିବ ।
previous post