Cricket

ଟି-୨୦ ଶେଷ ଶୃଙ୍ଖଳାରେ ଭାରତର ପରାଜୟ

(ଓଡିଶା ସ୍ପୋର୍ଟସ ): ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ଶୃଙ୍ଖଳାର ଶେଷ ମ୍ୟାଚ ବେଙ୍ଗାଲୁରୁସ୍ଥିତ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଛି । ଏହି ମ୍ୟାଚରେ ଭାରତକୁ ଦକ୍ଷିଣ ଆଫ୍ରିକା ୯ ୱିକେଟରେ ପରାସ୍ତ କରିଛି । ଏହି ବିଜୟ ସହିତ ଦକ୍ଷିଣ ଆଫ୍ରିକା ଶୃଙ୍ଖଳାକୁ ୧-୧ରେ ଡ୍ର କରିପାରିଛି । ଉଭୟ ବୋଲିଂ ଓ ବ୍ୟାଟିଂ କ୍ଷେତ୍ରରେ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ । ବୋଲିଂ କ୍ଷେତ୍ରରେ କାଗିସୋ ରାବାଡା ୪ ଓଭର ବୋଲିଂ କରି ୩ଟି ୱିକେଟ ନେଇଥିବା ବେଳେ କ୍ୱିଣ୍ଟନ ଡି’କକଙ୍କ ଅପରାଜିତ ଶତକ ଦକ୍ଷିଣ ଆଫ୍ରିକାକୁ ସହଜ ବିଜୟ ଦେଇଥିଲା । ଶୃଙ୍ଖଳାର ପ୍ରଥମ ମ୍ୟାଚ ଧର୍ମଶାଳାରେ ବାତିଲ ହୋଇଥିବା ବେଳେ ମୋହାଲି ମୁକାବିଲାରେ ଭାରତ ବିଜୟୀ ହୋଇଥିଲା । ବେଙ୍ଗାଲୁରୁରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ନୈରାଶ୍ୟ ଜନକ ଥିଲା । ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ନିର୍ଭୟରେ ଖେଳୁଥିଲେ । ସେମାନେ ଭାରତୀୟ ଖେଳାଳିଙ୍କୁ ଅତି ହାଲୁକା ଭାବେ ନେଇଥିଲେ।

ଭାରତର ଆଗ ଧାଡ଼ିର ଖେଳାଳିମାନେ ଦକ୍ଷିଣ ଆଫ୍ରିକା ନିକଟରେ ଆତ୍ମସମର୍ପଣ କରିଥିଲେ । ଦକ୍ଷିଣ ଆଫ୍ରିକାକୁ ୧୩୫ ରନ ବିଜୟ ଲକ୍ଷ୍ୟ ମିଳିଥିଲା । ଟସ ଜିଣି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୨୦ ଓଭରରେ ୯ଟି ୱିକେଟ ହରାଇ ୧୩୪ ରନ କରିଥିଲା ।

Related posts

ଧୋନିଙ୍କୁ ଅତିଥି ଭାଷ୍ୟକାର ଭୂମିକାରେ ଦେଖିବାକୁ ମିଳିବ

Odisha Sports Bureau

ବିବାଦରେ ସନରାଇଜର୍ସ ଲିଡ୍ସ, ‘ଦ ହଣ୍ଡ୍ରେଡ’ ନିଲାମରେ ପାକିସ୍ତାନୀ ଖେଳାଳିଙ୍କୁ କିଣି ଏବେ ଚିନ୍ତାରେ

Odisha Sports Bureau

ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ନେଲେ ୧୦୦୦ ୱିକେଟ୍‌

Odisha Sports Bureau