Tennis

ସେଣ୍ଟ ପିଟର୍ସବର୍ଗର ଯୁଗୋଳ ଟାଇଟଲ ଜିତିଲେ ଦିଭୀଜ ଶରଣ

(ଓଡିଶା ସ୍ପୋର୍ଟସ): ଭାରତର ଟେନିସ୍ ଖେଳାଳୀ ଦିଭିଜ ଶରଣ ନିଜ ସାଥି ଇଗୋର ଜେଲେନିଙ୍କ ସହିତ ମିଶି ସେଣ୍ଟ ପିଟର୍ସବର୍ଗଙ୍କ ଯୁଗୋଳ ଯୋଡିର ଟାଇଟାଲ ହାସଲ କରିନେଇଛନ୍ତି । ରବିବାର ଦିନ ଋଷର ସେଣ୍ଟ ପିଟର୍ସବର୍ଗରେ ଖେଳା ଯାଇଥିବା ପୁରୁଷଙ୍କ ଯୁଗୋଳ ବିଭାଗର ଫାଇନାଲ ମ୍ୟାଚରେ ଶରଣ ଏବଂ ଜେଲେନୀଙ୍କ ଯୋଡି କ୍ରୋଏସିଆର ୧.ନମ୍ବର ଯୋଡି ନିକୋଲା ମେକ୍ଟିକ୍ ଏବଂ ଫ୍ରାଙ୍କୋ ସ୍କୁଗୋରଙ୍କୁ ୭-୫ ଏବଂ ୬-୧ ସିଧାସଳଖ ସେଟରେ ପରାଜିତ କରିଛନ୍ତି । ମହାରାଷ୍ଟ୍ର ଓପନର ଟାଇଟଲ୍ ଜିତିବା ସହିତ ସିଜିନିର ଆରମ୍ଭ କରିଥିବା ୩୩ ବର୍ଷିୟ ଦିଭିଜଙ୍କ ଏହା ପଞ୍ଚମ ଯୁଗୋଳ ଟାଇଟଲ୍ ଅଟେ ।

Related posts

ଫାଇନାଲରେ ନାଦାଲ

Odisha Sports Bureau

ଜେରଭଙ୍କୁ ଏଟିପି ଟୁର୍‌ ଫାଇନାଲ୍ସ ଟ୍ରଫି

Odisha Sports Bureau

ଦଶନ୍ଧିର ସବୁଠାରୁ ଧନୀ ଖେଳାଳିଙ୍କ ମଧ୍ୟରେ ଟେନିସ୍ ଗର୍ଲଙ୍କ ପ୍ରାଧାନ୍ୟ ବିସ୍ତାର