More Sports

ପ୍ରୋ କବାଡ୍ଡି: ହରିଆଣା ପାଟନାକୁ ୩୯-୩୪ରେ ପରାସ୍ତ କଲା

(ଓଡିଶା ସ୍ପୋର୍ଟସ): ଭିକାଶ କଣ୍ଡୋଲା(୧୩ ଅଙ୍କ)ଙ୍କ ଭଲ ପ୍ରଦର୍ଶନ ସହଯୋଗରେ ହରିଆଣା ଷ୍ଟିଲର୍ସ ସୋମବାର ଦିନ ସଭାଇ ମାନ ସିଂହ ଷ୍ଟାଡିୟମରେ ପ୍ରୋ କବାଡ୍ଡି ଲିଗ୍ (ପିକେଲ) ମ୍ୟାଚରେ ତିନିଥର ଚମ୍ପିଆନ ହୋଇଥିବା ପାଟନା ପାଇଲର୍ସକୁ ୩୯-୩୪ରେ ପରାସ୍ତ କରିଛି । ହରିଆଣା ଟିମ୍ ଏହି ବିଜୟ ସହିତ ତାଲିକାର ତୃତୀୟ ସ୍ଥାନରେ ନିଜର ସ୍ଥାନ ମଜଭୂତ କରିଛନ୍ତି । ଏହା ନାମରେ ୧୭ଟି ମ୍ୟାଚରେ ୫୯ ଅଙ୍କ ଅଟେ । ପାଟନା ଟିମ୍ ୧୮ ଟି ମ୍ୟାଚରୁ ୩୯ଅଙ୍କ ସହିତ ନବମ ସ୍ଥାନରେ ରହିଛି । ପାଟନା ପାଇଲର୍ସର ଷ୍ଟାର ଖେଳାଳୀ ପ୍ରଦୀପ ନାରୱାଲା ୧୭ରେଡ ଅଙ୍କ ସଂଗ୍ରହ କରିଥିଲେ କିନ୍ତୁ ଜଙ୍ଗ କୁନ ଲିଙ୍କ ବ୍ୟତିତ ତାଙ୍କୁ ଅନ୍ୟ କୌଣସି ଖେଳାଳୀଙ୍କ ସହାୟତା ମିଳି ନ ଥିଲା । ହାପ ଟାଇମିର ସମୟରେ ହରିଆଣାର ଟିମ ୧୭-୧୫ରେ ଆଗୁଆ ରହିଥିଲା । ମ୍ୟାଚ୍ ଶେଷ ହେବାର ତିନି ମିନିଟ୍ ପୁର୍ବରୁ ହରିଆଣା ପାଟନାକୁ ଅଲଆଉଟ କରି ନିଜର ଅଙ୍କ ତାଲିକା ୩୮-୨୯ଆଗକୁ ବଢାଇଥିଲା । ସେପଟେ ଦବଙ୍ଗ ଦିଲ୍ଲୀ ଏବଂ ବାଙ୍ଗଲୋର ବୁଲ୍ସର ମ୍ୟାଚ୍ ୩୯-୩୯ରେ ‘ଡ୍ର’ ରହିଛି ।

Related posts

ନିଜର ଦବଦବା କାଏମ ରଖି ୧୧ ତମ ଟାଇଟେଲ ଜିତିଲେ ବିଜେନ୍ଦର

‘ଖେଲୋ ଇଣ୍ଡିଆ’ଆପ ଦ୍ୱାରା କ୍ରୀଡ଼ା ସମ୍ବନ୍ଧୀୟ ସମସ୍ତ ତଥ୍ୟ ପାଇପାରିବେ

Odisha Sports Bureau

ଭାରତକୁ ଆଉ ଦୁଇ ପଦକ ମୋଟ ପଦକ ସଂଖ୍ୟା ୫୮

Odisha Sports Bureau