More Sports

ତେଲୁଗୁ ଟାଇଟନ୍ସକୁ ହରାଇ ଶୀର୍ଷ ସ୍ଥାନରେ ପହଞ୍ଚିଲା ବଙ୍ଗଳା

(ଓଡିଶା ସ୍ପୋର୍ଟସ): ମନୀନ୍ଦର ସିଂହଙ୍କ ୧୭ ଅଙ୍କ ସାହାଯ୍ୟରେ ବଙ୍ଗଳା ୱାରିୟର୍ସ ପ୍ରୋ କବାଡି ଲିଗ୍ ୨୦୧୯(ପିକେଏଲ)ରେ ବୁଧବାର ଦିନ ତେଲୁଗୁ ଟାଇଟନ୍ସ୍କୁ ୪୦-୩୯ରେ ପରାସ୍ତ କରିଛି । ଏହି ବିଜୟ ସହିତ ବଙ୍ଗଳା ପିକେଏଲ ଅଙ୍କ ତାଲିକାରେ ଶୀର୍ଷ ସ୍ଥାନରେ ପହଞ୍ଚି ଯାଇଛି । ବଙ୍ଗଳାର ୧୯ ମ୍ୟାଚ୍ ମଧ୍ୟରୁ ୭୩ ଅଙ୍କ ସଂଗ୍ରହ କରିଥିବାବେଳେ ଦିଲ୍ଲୀ ଦବଙ୍ଗ୍ ଠାରୁ ଗୋଟିଏ ଅଙ୍କରେ ଆଗୁଆ ରହିଛି ।
ଦିଲ୍ଲୀ ୧୭ଟି ମ୍ୟାଚରେ ୭୨ ଅଙ୍କ କରିଛି । ସିଦ୍ଧାର୍ଥ ଦେସାଇ ଟାଇଟନ୍ସ ତରଫରୁ ୧୫ ଅଙ୍କ ସଂଗ୍ରହ କରିଛନ୍ତି, କିନ୍ତୁ ଏହି ପରାଜୟ ପରେ ତାଙ୍କ ଟିମର ପ୍ଲେଅଫ୍ ର ଆଶାକୁ ବଡ ଝଟକା ଲାଗିଛି । ଟାଇଟନ୍ସ୍ର ୧୭ ମ୍ୟାଚରେ ୩୪ ଅଙ୍କ ଅଟେ ଏବଂ ୧୨ ଟିମର ଲିଗରେ ୧୧ତମ ସ୍ଥାନରେ ରହିଛି । ସେହିପରି ଅନ୍ୟଏକ ମ୍ୟାଚରେ ଜୟପୁର ପିଙ୍କ ପେଥର୍ସ ପୁନେରି ପଲଟନକୁ ୪୩-୩୪ରେ ପରାସ୍ତ କରିଛି ।

Related posts

ଡେନମାର୍କ ଜିମ୍ନାଷ୍ଟିକ୍ ବିଶ୍ୱ ଚାମ୍ପିଅନସିପ୍ ୨୦୨୧ ଆୟୋଜନ କରିବ ନାହିଁ

Odisha Sports Bureau

ସିନିୟର ଆଥଲେଟିକ୍ସ ଚାମ୍ପିୟନସିପରେ ଦୂତୀଙ୍କୁ ସ୍ୱର୍ଣ୍ଣ

Odisha Sports Bureau

ଯୌନ ନିର୍ଯାତନା ଅଭିଯୋଗରେ ସୁଟିଂ ପ୍ରଶିକ୍ଷକ ଅଙ୍କୁଶ ଭରଦ୍ୱାଜ ନିଲମ୍ବିତ

Odisha Sports Bureau