Cricket

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ମ୍ୟାଚ

(ଓଡିଶାସ୍ପୋର୍ଟସ):   ଆଜି ଠାରୁ ଭାରତ ଓ ଦକ୍ଷିଣ ଅ୍ରାଫ୍ରିକା ମଧ୍ୟରେ ଟେଷ୍ଟ ମ୍ୟାଚ ଆରମ୍ଭ ହେବ । ଉଭୟ ଦଳ ମଧ୍ୟରେ ୩ ମ୍ୟାଚ ଶୃଙ୍ଖଳା ଖେଳାଯିବ । ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଏହି ମୁକାବିଲା ହେବ। ଏହି ଶୃଙ୍ଖଳା ରୋହିତ ଶର୍ମାଙ୍କ ପାଇଁ ଚ୍ୟାଲେଞ୍ଜ ଆଣିପାରେ । କାରଣ ଟେଷ୍ଟ କ୍ୟାରିୟରରେ ସେ ପ୍ରଥମ ଥର ପାଇଁ ଓପନିଂ କରିବେ । ରୋହିତ ଶର୍ମା (୩୨ ବର୍ଷ)ଙ୍କୁ ଦକ୍ଷିଣ ଆଫ୍ରିକା ବିରୋଧରେ ଓପନିଂ କରିବାକୁ ଟିମ ଇଣ୍ଡିଆ ଦାୟିତ୍ୱ ଦେଇଛି । ସେ ୭ ବର୍ଷର ଟେଷ୍ଟ କ୍ୟାରିୟରରେ ମାତ୍ର ୨୭ଟି ମ୍ୟାଚ ଖେଳିଛନ୍ତି । ସେ ଏହି ମ୍ୟାଚରେ ସର୍ବାଧିକ ୨୫ ଥର ୬ଷ୍ଠ କ୍ରମରେ ବ୍ୟାଟିଂ କରିଛନ୍ତି । ଏହା ବ୍ୟତୀତ ୩ ନମ୍ବରରେ ୫ ଥର, ୪ ନମ୍ବରରେ ଥରଟିଏ ଓ ୫ ନମ୍ବର କ୍ରମରେ ୧୬ ଥର ବ୍ୟାଟିଂ କରିଛନ୍ତି । କ୍ୟାରିୟରରେ କେବେ ବି ଓପନିଂ କରି ନ ଥିବାରୁ ଏହି ମ୍ୟାଚ ତାଙ୍କ ପାଇଁ ଚ୍ୟାଲେଞ୍ଜ ଆଣିବ ବୋଲି କ୍ରୀଡ଼ାପ୍ରେମୀ ଓ ପ୍ରଶଂସକମାନେ ଆଶା କରୁଛନ୍ତି ।

Related posts

ବିରାଟ ବର୍ତ୍ତମାନ ସମୟର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ : ଜୋସ ବଟଲର

Odisha Sports Bureau

ବୁମରାଙ୍କ ବିଶ୍ୱ ରେକର୍ଡ ; ଟେଷ୍ଟମ୍ୟାଚର ଗୋଟିଏ ଓଭରରେ କଲେ ୩୫ ରନ

ବାରବାଟୀ ଷ୍ଟାଡିୟମରେ T20 ମ୍ୟାଚ୍‌ ସମ୍ପର୍କିତ ମାମଲାକୁ ଖାରଜ କଲେ ହାଇକୋର୍ଟ