(ଓଡିଶା ସ୍ପୋର୍ଟସ): ଭାରତର ଅବିନାଶ ସାବଲେ ୩୦୦୦ ମିଟର ସ୍ଟିପଲଚେଜର ନିିଜର ରାଷ୍ଟ୍ରୀୟ ରେକର୍ଡରେ ସୁଧାର ଆଣିବା ପରେ ନାଟକିୟ ଢଙ୍ଗରେ ବିଶ୍ୱ ଆଥଲେଟକ୍ସ୍ ଚମମ୍ପିଆନସିପ୍ ର ଫାଇନାଲ ପାଇଁ କ୍ୱାଲିଫାଇ କରିଛନ୍ତି । ୨୪ ବର୍ଷିୟ ଭାରତୀୟ ଖେଳାଳୀ ୮ ମିନିଟ୍ ୨୫.୨୩ ସେକେଣ୍ଡର ସମୟ ନେଇ ନିଜ ହିଟର ସପ୍ତମ ଏବଂ ୪୪ ଜଣ ଖେଳାଳୀଙ୍କ ମଧ୍ୟରେ ୨୦ତମ ସ୍ଥାନରେ ରହିଛନ୍ତି । ଏହି ସମୟରେ ତାଙ୍କୁୁ ଦୁଇଥର ବାଧା ମଧ୍ୟ ପହଞ୍ଚିିଥିଲା । ଭାରତୀୟ ଆଥଲେଟିକ୍ ଫେଡେରେସନ୍ ଏହା ବିରୁଦ୍ଧରେ ଆବେଦନ କରି କହିଛନ୍ତିି କିି ହିଟ୍ ସମୟରେ ଅବିନାସଙ୍କୁ ଦୁଇଥର ରାସ୍ତାରେ ବାଧା ପହଞ୍ଚିଥିଲା ଯେଉଁଥିରେ ତାଙ୍କର କୌଣସି ଭୁଲ ନଥିଲା । ଏହି ଆବେଦନ ମଞ୍ଜୁରି ହେବା ପରେ ଅବିନାଶ ୧୬ତମ ଖେଳାଳୀ ରୂପେ ଫାଇନାଲ ପାଇଁ କ୍ୱାଲିଫାଇ କରି ନେଇଛନ୍ତି । ସେ ମାର୍ଚ୍ଚ ମାସରେ ଫେଡରେସନ୍ କପରେ ୮ ମିନିଟ ୨୮.୯୪ ସେକେଣ୍ଡରେ ରାଷ୍ଟ୍ରିୟ ରେକର୍ଡ ବନାଇଛନ୍ତିି ।
previous post
next post