More Sports

ଭୁଟାନକୁ ୧୦-୧ ଗୋଲରେ ପରାସ୍ତ କରି ସୈଫ୍ ଚମ୍ପିିଆନଶିପର ଫାଇନାଲରେ ଭାରତ

(ଓଡିଶା ସ୍ପୋର୍ଟସ): ଭାରତୀୟ ମହିଳା ଫୁଟବଲ ଟିମ୍ ସୈଫ ଅଣ୍ଡର-୧୫ ଚମ୍ପିଆନଶିପ୍ ର ମୁକାବିଲାରେ ଶୁକ୍ରବାରଦିନ ମେଜବାନ ଭୁଟାନଙ୍କୁ ୧୦-୧ରେ ପରାସ୍ତ କରି ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିଛନ୍ତି । ଭାରତ ରତଫରୁ ସାଇ ସଂଖାଇ( ୬୩ତମ, ୬୪ତମ ଏବଂ ୭୨ତମ) ଟୁର୍ଣ୍ଣର୍ାମେଣ୍ଟରେ ଦ୍ୱିତୀୟ ଥର ହ୍ୟଟ୍ରିକ୍ କରିବାରେ ସଫଳ ରହିଛି । ଲିଣ୍ଡା କୋମ ସେଥୋଂ(୧୯ତମ ଏବଂ ୫୪ତମ), ସୁମତି କୁମାରୀ(୨୪ତମ ଏବଂ ୮୬ତମ) ଏବଂ କିରଣ(୧୫ତମ ଏବଂ ୨୧ତମ) ଦୁଇ ଦୁଇଟି ଗୋଲ କରିଛନ୍ତି, ଯେତେବେଳେ କି ପ୍ରିୟଙ୍କା ସୂଜିଶ ୮ ମିନିଟରେ ଟିମ୍ ପାଇଁ ପ୍ରଥମ ଗୋଲ କରିଥିଲେ । ଭୂଟାନ ୯ ମିନିଟରେ ସାଙ୍ଗେ ଭାଙ୍ଗମୋଙ୍କ ଗୋଲରୁୁ ସ୍କୋର ୧-୧ କରିଛନ୍ତି, କିନ୍ତୁ ଏହା ପରେ ଭାରତୀୟ ଖେଳାଳୀମାନେ ବିରୋଧି ଟିମକୁ କୌଣସି ମୌକା ଦେଇନାହାଁନ୍ତି । ହାପ୍ ସମୟ ପର୍ଯ୍ୟନ୍ତ ଭାରତୀୟ ଟିମ୍ ୫-୧ରେ ଆଗୁଆ ରହିିଥିଲା । ଦିନର ଦ୍ୱିତୀୟ ମୁକାବିଲାରେ ବାଙ୍ଗଲାଦେଶ ନେପାଳକୁ ୨-୧ରେ ପରାସ୍ତ କରି ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛନ୍ତି । ଭାରତୀୟ ଟିମ୍ ନିଜର ଶେଷ ଗ୍ରୁପ୍ ମୁକାବିଲାରେ ରବିବାରଦିନ ବାଙ୍ଗଲାଦେଶକୁ ଭେଟିବ ।

Related posts

ଭାରତୀୟ ଅଲମ୍ପିକ ସଂଘର ସଭାପତି ହେବେ ପିଟି ଉଷା

Odisha Sports Bureau

ନିଜ ରେକର୍ଡ ନିଜେ ଭାଙ୍ଗିଲେ ସୁନା ପୁଅ ନିରଜ

Odisha Sports Bureau

କାନ୍ସ୍ ଓପନ ଚେସ୍ ଟୁର୍ଣ୍ଣାମଣ୍ଟର ଟାଇଟଲ୍ ଜିତିଲେ ଗୁକେଶ

Odisha Sports Bureau