(ଓଡିଶା ସ୍ପୋର୍ଟସ): ଆମେରିକାର ଜିମ୍ନାଷ୍ଟିକ୍ ସୁପରଷ୍ଟାର ସିମୋନା ବାଇସ୍ଲ ୱାଲର୍ଡ ଚମ୍ପିଆନସିପରେ ଇତିହାସ ସୃଷ୍ଟି କରିଛନ୍ତି । ରବିବାରଦିନ ସିମୋନାଙ୍କୁ ବିମ୍ ଇଭେଣ୍ଟରେ ଦମଦାର ପ୍ରଦର୍ଶନ କରି ନିଜର ୨୫ତମ ମେଡଲ ଜିତିଛନ୍ତି । ଏହା ସହିତ ଏବେ ସେ ୱାଲର୍ଡ ଚମ୍ପିଆନସିପର ଇତିହାସରେ ସମସ୍ତଙ୍କଠାରୁ ଅଧିକ ପଦକ ଜିତିଥିବା ଜିମ୍ନାଷ୍ଟ ହୋଇଗଲେ । ୨୨ ବର୍ଷିୟ ସୀମୋନା ୱାଲର୍ଡ ଚମ୍ପିଆନସିପର ୧୯ତମ ଗୋଲ୍ଡ ମେଡଲ ଜିତି ବେଲାଋଷର ପୁରୁଷ ଜିମ୍ନାଷ୍ଟ ଭୀତାଲି ଶେରବୋଙ୍କ ବିଶ୍ୱ ରେକର୍ଡକୁ ଭାଙ୍ଗିଛନ୍ତି । ସେ କେବଳ ଏହି ବର୍ଷ ହିଁ ପାଞ୍ଚଟି ଗୋଲ୍ଡ ମେଡଲ ଜିତିଛନ୍ତି । ସେ ଏହି ସପ୍ତାହରେ ନିଜର ଚତୁର୍ଥ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ୧୫.୦୬୬ ଅଙ୍କ ହାସଲ କରି ବିଜୟ ହାସଲ କରିବାରେ ସଫଳ ହୋଇଛନ୍ତି ।
previous post