More Sports

ପ୍ରୋ କବାଡ୍ଡୀ ଲିଗ୍: ସେମିଫାଇନାଲରେ ପ୍ରବେଶ କଲେ ବାଙ୍ଗଲୋର ବୁଲ୍ସ-ୟୁ ମୁମ୍ବା

(ଓଡିଶା ସ୍ପୋର୍ଟ): ପ୍ରୋ-କବାଡ୍ଡୀ ଲିଗ୍ ୨୦୧୯ ର ଏଲିମିନେଟର ରାଓଣ୍ଡ ଆରମ୍ଭ ହୋଇଯାଇଛି । ସୋମବାରଦିନ ଅହମ୍ମଦାବାଦରେ ଖେଳାଯାଇଥିବା ପ୍ରଥମ ମୁକାବିଲାରେ ବାଙ୍ଗଲୋର ବୁଲ୍ସ୍ ବିଜୟ ହାସଲ କରିନେଇଛି । ପବନ ସହରାଭତଙ୍କ ଭଲ ପ୍ରଦର୍ଶନରେ ଚମ୍ପୀଆନ ରହିଥିବା ବାଙ୍ଗଲୋର ବୁଲ୍ସ୍ ଏଠାରେ ପ୍ରଥମ ଏଲିମିନେଟରେ ୟୁପି ଯୋଦ୍ଧାକୁ ୪୮-୪୫ରେ ପରାସ୍ତ କରି ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିନେଇଛି । ଟିମର ଷ୍ଟାର ରିଡର ପବନ ମ୍ୟ।।ଚରେ ୨୦ ଅଙ୍କ ସଂଗ୍ରହ କରିଥିଲେ, ଯାହାଫଳରେ ବାଙ୍ଗଲୋର ଯୋଶ ସହିତ ପ୍ରତ୍ୟାବର୍ତ୍ତନ କରି ସେମିଫାଇନାଲରେ ପ୍ରବେଶ କରିଛି ଯେଉଁଠାରେ ତାର ସାମ୍ନା ଦବଙ୍ଗ ଦିଲ୍ଲୀ ସହିତ ହେବ । ସେହିପରି ଦ୍ୱିତୀୟ ଏଲିମିନେଟ ମୁକାବିଲାରେ ୟୁ-ମୁମ୍ବା ହରିୟାଣା ଷ୍ଟିଲର୍ସକୁ ୪୮-୩୬ ଅନ୍ତରେ ପରାସ୍ତ କରି ସେମିଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିଛି ।

Related posts

କରୋନା ପ୍ରଭାବ: ଦର୍ଶକଙ୍କ ବିନା ହେବ ଆଇଏସଏଲ ମ୍ୟାଚର ଫାଇନାଲ

Odisha Sports Bureau

ଫାଇନାଲରେ ଓଡିଆ ଧାବକ ଅମୀୟ

ମାଷ୍ଟର ଗେମ୍ସ ୨୦୧୯ରେ ପାର୍ବତୀଙ୍କୁ ରୋପ୍ୟ

Odisha Sports Bureau