Cricket

ଓଡ଼ିଶା ଏଫସିର କିଟ,ଜର୍ସି ଉନ୍ମୋଚିତ

(ଓଡିଶା ସ୍ପୋର୍ଟସ):ଚଳିତ ମାସ ୨୦ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍ ସୁପର୍ ଲିଗ୍ (ଆଇଏସଏଲ୍)ର ଷଷ୍ଠ ସଂସ୍କରଣ। ଏହା ପୂର୍ବରୁ ଆଇଏସଏଲର ଅନ୍ୟତମ ଫ୍ରାଞ୍ଚାଇଜି ଓଡ଼ିଶା ତା’ର ନୂଆ କିଟ୍ ଉନ୍ମୋଚିତ କରିଛି। ଭୁବନେଶ୍ୱର ସ୍ଥିତ ଏକ ହୋଟେଲରେ ଏହାକୁ ଉନ୍ମୋଚିତ କରିଛନ୍ତି ଏଫସି ଦଳର ପରିଚାଳନା ନିର୍ଦେଶକ ରୋହନ ଶର୍ମ୍ମା,ମୁଖ୍ୟ କାଯ୍ୟର୍ନିର୍ବାହୀ ଆଶିଷ ଶାହ,ମୁଖ୍ୟ ପ୍ରଶିକ୍ଷକ ଜୋସେଫ ଗମ୍ବାଉ, ସହକାରୀ ପ୍ରଶିକ୍ଷକ ଥଙ୍ଗବୋଇ ସିଙ୍ଗତୋ ଓ କ୍ରୀଡା ନିର୍ଦେଶକ ଆର.ଭିନିଲ କ୍ରିଷ୍ଣା । ଚଳିତ ବର୍ଷ ଅଗଷ୍ଟ ୩୧ ତାରିଖରେ ଦିଲ୍ଲୀସ୍ଥ ଫ୍ରାଞ୍ଚାଇଜି ଓଡ଼ିଶା ସରକାରଙ୍କ ସହ ଏକ ଏମଓୟୁ ସ୍ୱାକ୍ଷର କରିଥିଲା। ଯାହା ପରେ ଦିଲ୍ଲୀ ଏଫସିର ନାଁ ବଦଳି ଏହା ଓଡ଼ିଶା ଏଫସି ହୋଇଥିଲା। ଏହି ଏମଓୟୁ ସ୍ୱାକ୍ଷର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଉପସ୍ଥିତ ଥିଲେ। ‘‘ଓଡିଶା ଏଫସି’’ ଗଠନ ପରେ ଓଡିଶାରେ ଫୁଟବଲର ଲୋକପ୍ରିୟତା ବଢିବା ସହ ରାଜ୍ୟରୁ ଅଧିକରୁ ଅଧିକ ଫୁଟବଲ ଖେଳାଳି ସୃଷ୍ଟି ହେବେ ବୋଲି ସମସ୍ତେ ଅଶା ରଖିଛନ୍ତି । ଓଡିଶା ଏଫସି ଘରୋଇ ପରିବେଶରେ ଧଳା ରଙ୍ଗର ଜର୍ସି ପିନ୍ଧିବ । ବାହାରେ ନୀଳ ଏବଂ କଳା ରଙ୍ଗର ଜର୍ସି ରେ ଦଳ ଓହ୍ଲାଇବ । ଘରୋଇ ମ୍ୟାଚ୍ ଲାଗି ଦଳର ଗୋଲ ରକ୍ଷକ ହଳଦିଆ ଏବଂ ବାହାରେ ବାଇଗଣୀ ରଙ୍ଗର ଜର୍ସି ପିନ୍ଧିବେ । ନୂଆ ଜର୍ସିଗୁଡିକରେ ବଡ ବଡ ଅକ୍ଷରରେ ଲେଖା ହୋଇଛି ଓଡିଶା । ଚଳିତବର୍ଷ ଆଇଏସ୍ଏଲ୍ ରେ ପ୍ରଥମ ଥର ପାଇଁ ‘ଓଡିଶା ଏଫସି’’ଅଂଶ ଗ୍ରହଣ କରୁଛି । ପୂର୍ବରୁ ଏହି କ୍ଲବ ଦିଲ୍ଲୀ ଡାଇମଣ୍ଡସ୍ ନାଁ ରେ ଖେଳୁଥିଲା । ଏହି ଅବସରରେ ସମସ୍ତ ଖେଳାଳିଙ୍କ ସମେତ ବିଭାଗର ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Related posts

ଟି୨୦ ବିଶ୍ୱକପରେ ଗୁରୁବାର ଭାରତ ନିଜର ଦ୍ୱିତୀୟ ମୁକାବିଲା ନାମିବ୍ୟା ବିପକ୍ଷରେ ଖେଳିବ

Odisha Sports Bureau

ଜାଣନ୍ତୁ RR vs MI ପିଚ୍ ରିପୋର୍ଟ ସହିତ ଆଜିର ପାଣିପାଗ କେମିତି ଅଛି

ଅନୁଷ୍କାଙ୍କ ଗୀତରେ ବିରାଟ କୋହଲିଙ୍କ ଡ୍ୟାନ୍ସ ; ଜିତିଲେ ଫ୍ୟାନ୍ସଙ୍କ ମନ

Odisha Sports Bureau