Football

ଆଇଏସ୍‌ଏଲ୍‌ : ଉଦଘାଟନୀ ମ୍ୟାଚରେ ହାରିଲା କେରଳ

(ଓଡ଼ିଶା ସ୍ପୋର୍ଟସ ): ଜବାହରଲାଲ୍‌ ନେହରୁ ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ସହ ଇଣ୍ଡିଆନ୍‌ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଷଷ୍ଠ ସସ୍କରଣ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଏହି ଉତ୍ସବରେ ବଲିଉଡ୍‌ ତାରକା ଟାଇଗର ସ୍ରଫ ଓ ଦିସା ପଟାନୀଙ୍କ ଜଲୱା ଦେଖିବାକୁ ମିଳିଥିଲା। ଏମାନଙ୍କ ସହ ବିଶ୍ବ ଡ୍ୟାନ୍ସ ପ୍ରତିଯୋଗିତାରେ ବିଜେତା ହୋଇଥିବା ଭାରତୀୟ ଡ୍ୟାନ୍‌ସ ଗ୍ରୁପ୍‌ କିଙ୍ଗସ ୟୁନାଇଟେଡ୍‌ ନୃତ୍ୟରେ ହିଁ ଫୁଟ୍‌ବଲ୍‌ ଖେଳର ପ୍ରଦର୍ଶନ କରିଥିଲେ। ଆଙ୍କରିଂ କରିଥିଲେ ବଲିଉଡ ତାରକା ଡୁଲକର ସଲମାନ।
ଉଦ୍‌ଘାଟନୀ ମୁକାବିଲାରେ ଦୁଇଥରର ଉପବିଜେତ ଘରୋଇ କେରଳ ବ୍ଲାଷ୍ଟରକୁ ଭେଟିଥିଲା ଏଟିକେ। ଏହି ମ୍ୟାଚ୍‌ରେ ଘରୋଇ ଦଳ ୨-୧ ଗୋଲ୍‌ରେ ଦୁଇ ଥରର ବିଜେତା ଏଟିକେକୁ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଛି। ମ୍ୟାଚ୍‌ର ଷଷ୍ଠ ମିନିଟ୍‌ରେ କାର୍ଲ ମ୍ୟାକ୍‌ହୁଗ୍‌ଙ୍କ ବଳରେ ଏଟିକେ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ହେଲେ କେରଳର ଅଧିନାୟକ ବାର୍ଥଲୋମ୍ୟୁ ଓଗବେଚି ୩୦ତମ ମିନିଟ୍‌ରେ ପେନାଲ୍‌ଟି ଜରିଆରେ ଏହି ଗୋଲ୍‌ଟିକୁ ଶୁଝି ଦେଇଥିଲେ। ୪୫ତମ ମିନିଟ୍‌ରେ ଆଉ ଏକ ଗୋଲ୍‌ଦେଇ ଓଗବେଚି ବ୍ୟକ୍ତିଗତ ଯୁଗଳ ସଫଳତା ପାଇବା ସହ କେରଳକୁ ୨-୧ରେ ଆଗୁଆ କରିଥିଲେ। ଦ୍ବିତୀୟାର୍ଧ ‌ଗୋଲ୍‌ଶୂନ୍ୟ ଭାବେ ଶେଷ ହୋଇଥିଲା। ଯୁଗଳ ଗୋଲ୍‌ ପାଇଁ ହିରୋ ଅଫ ଦି ମ୍ୟାଚ୍‌ ପୁରସ୍କାର ଲାଭ କରିଥିଲେ ଓଗବେଚି।

Related posts

ଇଣ୍ଡିଆନ ସୁପର ଲିଗ: ଚେନ୍ନାଇୟିନ ଏଫସିକୁ ପରାସ୍ତ କଲା ଗୋଆ

Odisha Sports Bureau

ଓମାନଠାରୁ ପରାସ୍ତ ପରେ ଭାରତ ଫିଫା ବିଶ୍ୱକପର ଦୌଡରୁ ବାହାର ହୋଇଛି

Odisha Sports Bureau

ଏସଏଏଫଏଫ୍ ୟୁ-୧୮: ‘ଡ୍ର’ରେ ଶେଷ ହେଲା ଭାରତ-ବାଙ୍ଗଲାଦେଶ ମୁକାବିଲା

Odisha Sports Bureau