Football

ଇଣ୍ଡିଆନ ସୁପର ଲିଗ: ଚେନ୍ନାଇୟିନ ଏଫସିକୁ ପରାସ୍ତ କଲା ଗୋଆ

(ଓଡ଼ିଶା ସ୍ପୋର୍ଟସ ): ଚଳିତ ହିରୋ ଇଣ୍ଡିଆନ ସୁପର ଲିଗରେ ଏକ ଦମଦାର ବିଜୟ ସହିତ ଅଭିଯାନ ଆରମ୍ଭ କରିଛି ଗତ ବର୍ଷର ରନର୍ସଅପ ଏଫସି ଗୋଆ । ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମଠାରେ ବୁଧବାର ଖେଳାଯାଇଥିବା ମ୍ୟାଚରେ ଘରୋଇ ଦଳ ଗୋଆ ୩-୦ ଗୋଲରେ ଚେନ୍ନାଇୟିନ ଏଫସିକୁ ପରାସ୍ତ କରିଛି। ଗୋଆ ପ୍ରଥମାର୍ଦ୍ଧରେ ଗୋଟିଏ ଏବଂ ଦ୍ୱିତୀୟାର୍ଦ୍ଧରେ ଦୁଇଟି ଗୋଲ ସ୍କୋର କରିଥିଲା ।
ଗୋଆ ଦଳ ମ୍ୟାଚ ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତି ଆପଣାଇ ତୃତୀୟ ମିନିଟରେ ଗୋଲ ଦେବାର ସୁଯୋଗ ସୃଷ୍ଟି କରିଥିଲା । କିନ୍ତୁ ମର୍ଟଡା ଫଲ ବାଇସାଇକେଲ ଶଟ୍‌ ଜରିଆରେ କରିଥିବା ଉଦ୍ୟମ ବ୍ୟର୍ଥ ହୋଇଥିଲା । ୧୫ତମ ମିନିଟରେ ଗୋଆର ଲେନି ରଡରିଗସଙ୍କୁ ବିପଜ୍ଜନକ ଖେଳ ପାଇଁ ରେଫରି ହଳଦିଆ କାର୍ଡ ଦେଖାଇଥିଲେ । ପ୍ରଥମାର୍ଦ୍ଧରେ ଚେନ୍ନାଇୟିନ ଗୋଲରକ୍ଷକ ବିଶାଳ କାଇଥ ଦମ୍‌ଦାର ପ୍ରଦର୍ଶନ କରି ଦଳକୁ ଏକାଧିକ ବିପଦରୁ ରକ୍ଷା କରିଥିଲେ । ଚେନ୍ନାଇୟିନ ଦଳ ମଧ୍ୟ ଗୋଲ ଦେବାର ଏକାଧିକ ସୁଯୋଗ ପାଇଥିଲେ ମଧ୍ୟ ସଫଳ ହୋଇ ନ ଥିଲା ।

Related posts

ମେସି କ୍ଷେତ୍ରକୁ ଫେରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ସଂକ୍ରମଣ ହେବାର ଆଶଙ୍କା ତ ସବୁଠାରେ ରହିଛି

ଓଡିଶା ରଗବୀ ସିନିୟର ଫୁଟବଲ୍ ଚାମ୍ପିଅନସିପ୍ ଟ୍ରଫି ହାତେଇଲା କିସ୍‌

ଫିଫା ବିଶ୍ୱକପ୍ ୨୦୨୨: କତରରେ ପହଞ୍ଚି ଷ୍ଟେଜ ପଫୋରମାନ୍ସ ପାଇଁ ପ୍ରସ୍ତୁତ ହେଲେ ନୋରା

Odisha Sports Bureau