More Sports

ଇଚ୍ଛା ମୃତ୍ୟୁ ବରଣ କଲେ ମାରିକେ

(ଓଡ଼ିଶା ସ୍ପୋର୍ଟସ ): ବେଲଜିୟମରେ ଇଚ୍ଛା ମୃତ୍ୟୁ ଆଇନ ସଂଗତ। ୪୦ ବର୍ଷୀୟ ପୂର୍ବତନ ପାରାଆଥ୍‌ଲେଟ ପାରାଅଲିମ୍ପିକ୍‌ ଚାମ୍ପିୟନ ମାରିକେ ବରବୋର୍ଟ ୨୦୧୬ ରିଓ ଅଲିମ୍ପିକ୍ସ ପରେ ଇଚ୍ଛା ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଥିଲେ।
ତାଙ୍କ ଶାରୀରିକ ସମସ୍ୟା ଅଧିକ ଖରାପ ହେଲେ ସେ ଇଚ୍ଛା ମୃତ୍ୟୁ ଗ୍ରହଣ କରିବେ ବୋଲି କହିଥିଲେ। କିନ୍ତୁ ସେତେବେଳେ ସେ କହିଥିଲେ, କ୍ରୀଡ଼ା ତାଙ୍କୁ ବଞ୍ଚତ୍ବାର ଇଚ୍ଛା ଦେଇଛି। ସେ ଡିଜେନେରେଟିଭ ନାମକ ଏକ ମାଂସପେଶୀ ରୋଗରେ ପୀଡ଼ିତ ଥିଲେ। ଏହି କାରଣରୁ ତାଙ୍କୁ ସର୍ବଦା ଯନ୍ତ୍ରଣା ସହିବାକୁ ପଡ଼ୁଥିଲା ଏବଂ ଗୋଡ଼ ପକ୍ଷାଘାତ ହୋଇଯାଇଥିଲା। ଏଥିଯୋଗୁ ସେ ଶୋଇ ପାରୁ ନ ଥିଲେ। ଏଣୁ ତାଙ୍କ ବଞ୍ଚତ୍ବା କଷ୍ଟକର ହୋଇଯାଇଥିଲା। ସେ ହ୍ବିଲଚେୟାର ବାସ୍କେଟବଲ, ସୁଇମିଂ ଓ ଟ୍ରାପ୍ଟାଥଲୋନ ଦୌଡ଼ରେ ଅଂଶଗ୍ରହଣ କରିଥିଲେ। ସେ ୨୦୧୨ ଲଣ୍ଡନ ପାରାଗେମ୍ସରେ ୧୦୦ ମିଟର ହ୍ବିଲଚେୟାର ଦୌଡ଼ରେ ସ୍ବର୍ଣ୍ଣ ଓ ୨୦୦ ମି. ଦୌଡ଼ରେ ରୌପ୍ୟ ଜିତିଥିଲେ। ୨୦୧୬ ରିଓ ପାରାଅଲିମ୍ପିକ୍ସରେ ୪୦୦ ମି. ଓ ୧୦୦ ମି. ଦୌଡ଼ରେ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାତେଇଥିଲେ। ଏହାପରେ ସେ ଦେଖିବା ଶକ୍ତି ହରାଇ ବସିଥିଲେ। ବରବୁର୍ଟ ୨୦୦୮ରେ ଇଚ୍ଛା ମୃତ୍ୟୁ ପାଇଁ କାଗଜ ପତ୍ର ହସ୍ତାକ୍ଷର କରିଥିଲେ। ଏକଦା ସେ କହିଥିଲେ, ମୋ ପାଖରେ ଇଚ୍ଛା ମୃତ୍ୟୁ କାଗଜ ପତ୍ର ନ ଥିଲେ ବାଧ୍ୟହୋଇ ଆତ୍ମହତ୍ୟା କରିଥାନ୍ତି।

Related posts

ବାସନ୍ଦ ସତ୍ତେ୍ୱ ଜାତୀୟ ଶିବିରରେ ଜିମ୍ନାଷ୍ଟ ଦୀପା କର୍ମକର

ନୀରଜଙ୍କ ନାଁରେ ସୁନାର ପୋଷ୍ଟ ବକ୍ସ

Odisha Sports Bureau

ହାଫ ମାରାଥନରେ ରେକର୍ଡ ସୃଷ୍ଟିକଲେ କୋସେଗି

Odisha Sports Bureau