More Sports

ଦିଲ୍ଲୀ ବୁଲ୍ସ ଟିମ୍‌ର ବ୍ରାଣ୍ଡଆମ୍ବାସାଡର ସନି ଲିଓନି

(ଓଡ଼ିଶା ସ୍ପୋର୍ଟସ ): କ୍ରିକେଟ ପରେ ଏବେ ଟି-୧୦ ଲିଗ୍‌ ଆରମ୍ଭ ହେବାକୁ ଯାଉଛି। ନଭେମ୍ବର ୧୪ରୁ ଦୁବାଇରେ ହେବାକୁ ଥିବା ଏହି ଲିଗ୍‌ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ସବୁ ଫ୍ରାଞ୍ଚାଇଜ୍‌ ନିଜ ଦଳର ପାଇଁ ପ୍ରଚାରପ୍ରସାର ଆରମ୍ଭ କରିଦେଇଛନ୍ତି। ଏହି ଅବସରରେ ଦିଲ୍ଲୀ ବୁଲ୍ସ ଟିମ୍‌ର ଜର୍ସି, ସଙ୍ଗୀତ ଏବଂ ବ୍ରାଣ୍ଡ ଆମ୍ବାସାଡର ଘୋଷଣା କରିଛି। ଦୁବାଇରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଦିଲ୍ଲୀ ବୁଲ୍ସ ଟିମ୍‌ ବଲିଉଡ ଅଭିନେତ୍ରୀ ସନି ଲିଓନିଙ୍କୁ ବ୍ରାଣ୍ଡଆମ୍ବାସାଡର ଘୋଷଣା କରିଛି। ଏହି ଟିମ୍‌ରେ ପାକିସ୍ତାନର ସୋଏବ ମଲିକ ଏବଂ ଆଫଗାନିସ୍ତାନର ମହମଦ ନବି, ପୂର୍ବତନ ଭାରତୀୟ ଖେଳାଳି ଜାହିର ଖାନ୍‌ ଭଳି ଖେଳାଳି ସାମିଲ ଅଛନ୍ତି। ଏହି ଟିମର ସହ ଯୋଡି ହୋଇ ବହୁତ ଖୁସି ଲାଗୁଛି ବୋଲି ସନି ଲିଓନି କହିଛନ୍ତି।

Related posts

ଲୋଜାନ୍‌ ଡାଇମଣ୍ଡ୍‌ ଲିଗ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅତିଆର କଲେ ନୀରଜ ଚୋପ୍ରା

Odisha Sports Bureau

ଟେନିସକୁ ବାଏ କହିଲେ ଶାରାପୋଭା

Odisha Sports Bureau

ସାନିଆଙ୍କୁ GOLDEN VISA