Cricket

ଅଭ୍ୟାସ ବେଳେ ରୋହିତ ଶର୍ମା ଆହତ

(ଓଡିଶା ସ୍ପୋର୍ଟସ):    ସ୍ଥାନୀୟ ଅରୁଣ ଜେଟଲୀ ଷ୍ଟାଡିୟମରେ ଆସନ୍ତା ରବିବାର ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ହେବାକୁ ଯାଉଛି ପ୍ରଥମ ଟି-୨୦ । ଏହି ମ୍ୟଚାରେ କୋହଲିଙ୍କ ଅନୁପସ୍ଥିତି କାରଣରୁ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ ରୋହିତ ଶର୍ମା । ଶୁକ୍ରବାର ଅଭ୍ୟାସ ମ୍ୟାଚ କାଳରେ ରୋହିତଙ୍କ ଜଙ୍ଘରେ ବଲ ବାଜିଥିଲା ଓ ଅଭ୍ୟାସ ବନ୍ଦ କରି ମଇଦାନରୁ ଚାଲିଯାଇଥିଲେ ।

ଶୁକ୍ରବାର ଅଭ୍ୟାସ ବେଳେ ସେ ବାମହାତୀ ବୋଲର ଶ୍ରୀଲଙ୍କାର ନୁୱାନଙ୍କ ସହ ଅଭ୍ୟାସ କରୁଥିଲେ । ତାଙ୍କର ଲକ୍ଷ୍ୟ ଥିଲା, ବାଙ୍ଗଲାଦେଶୀ ମୁସ୍ତାଫିଜୁର ରେହମାନଙ୍କ ବଲକୁ କିପରି ସମ୍ମୁଖୀନ ହେବେ ତେଣୁ ସେ ଅଭ୍ୟାସ ନୁୱାନଙ୍କ ସହ କରୁଥିଲେ । ଏହି ଅଭ୍ୟାସ କାଳରେ ଏକ ବଲ ରୋହିତଙ୍କ ଜଙ୍ଘରେ ମାଡ ହୋଇଥିଲା । ଏହା ପରେ ରୋହିତଙ୍କର ଚିକିତ୍ସା କରାଯାଉଛି । କିନ୍ତୁ ଆଘାତ ଲାଗି ଥିବାରୁ ସେ ଖେଳିବେ କି ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Related posts

ପୂରନଙ୍କ ପେଟରେ ଅର୍ଶଦୀପଙ୍କ ବଲ୍‌ ଛାପ

Odisha Sports Bureau

ରୋହିତ ଓ ବିରାଟଙ୍କୁ ନେଇ ଏମିତି କହିଲେ ରବି ଶାସ୍ତ୍ରୀ…

Odisha Sports Bureau

ଭାଇରାଲ ହେଉଛି ଧୋନୀ ଓ ବେବି ମାଲିଙ୍ଗାଙ୍କ ଭିଡିଓ

Odisha Sports Bureau