Cricket

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ରୋହିତ

(ଶିଳାସ୍ମୀତା ରାୟ) ଭୁବନେଶ୍ୱର: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ବାଙ୍ଗଲାଦେଶ ବିପକ୍ଷରେ ପ୍ରଥମ ଟି-୨୦ରେ ରୋହିତ ଶର୍ମା ନିଜ ନାମରେ ୱାଲ୍ଡ ରେକର୍ଡ କରିଛନ୍ତି । ମ୍ୟାଚରେ ମାତ୍ର ୮ ରନ କରି ହିଟମେନ ଖାଲି ବିରାଟ କୋହଲିଙ୍କୁ ପଛରେ ପକାଇ ନାହାନ୍ତି, ବରଂ ଟି-୨୦ ଇଣ୍ଟରନାସନାଲରେ ସର୍ବାଧିକ ରନ କରିବାରେ ସକ୍ଷମ ହୋଇଛନ୍ତି । ଅବଶ୍ୟ ରୋହିତ ଅଧିକ ସମୟ ପିଚରେ ତିଷ୍ଟିପାରି ନାହାନ୍ତି । ପାଞ୍ଚଟି ବଲରେ ୯ ରନ କରି ସେ ଆଉଟ ହୋଇ ମଧ୍ୟ ୱାର୍ଲ୍ଡ ରେକର୍ଡ କରିଛନ୍ତି । ରୋହିତଙ୍କର ଏବେ ୯୯ ମ୍ୟାଚରେ ୨୪୫୨ ରନ ହୋଇଥିବା ବେଳେ ବିରାଟଙ୍କର ୭୨ ମ୍ୟାଚରେ ୨୪୫୦ ରନ ରହିଛି । ଟିମ ଇଣ୍ଡିଆର ନିୟମିତ ଅଧିନାୟକ କୋହଲି ବର୍ତ୍ତମାନ ଟି-୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସର୍ବାଧିକ ରନ କରିବା ଶ୍ରେଣୀରେ ପ୍ରଥମ ସ୍ଥାନରେ ରହିଛନ୍ତି । କୋହଲି ୭୨ ମ୍ୟାଚରେ ହାରାହାରି ୫୦ ଅଙ୍କରେ ୨୪୫୦ ରନ କରିଛନ୍ତି । ଏହି ଅବସରରେ ତାଙ୍କ ଷ୍ଟ୍ରାଇକ ରେଟ ୧୩୫.୨୮ ରହିଛି । ସେ ଟି-୨୦ରେ ୨୨ ଅର୍ଧଶତକ ବି କରିଛନ୍ତି । ଏହି ଶ୍ରେଣୀରେ ରୋହିତ ଦ୍ୱିତୀୟ ଶ୍ରେଣୀରେ ରହିଛନ୍ତି ।

Related posts

ପୂର୍ବତନ କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ପରଲୋକ

Odisha Sports Bureau

ଭାରତୀୟ କ୍ରିକେଟ ପାଇଁ ଐତିହାସିକ ଦିନ

୩ ଟି କାରଣ ପାଇଁ ସିଧାସଳଖ ଆଇପିଏଲ୍ ଫାଇନାଲରେ ପ୍ରବେଶ କରିପାରେ ଚେନ୍ନାଇ ସୁପର କିଙ୍ଗ୍ସ

Odisha Sports Bureau