Cricket

ବାଙ୍ଗଲାଦେଶ ବିପକ୍ଷରେ ଅଲରାଉଣ୍ଡର ଦୁବେଙ୍କ ଡେବ୍ୟୁ

(ଶିଳାସ୍ମୀତା ରାୟ) ଭୁବନେଶ୍ୱର: ବାଙ୍ଗଲାଦେଶ ବିପକ୍ଷରେ ତିନି ମ୍ୟାଚର ଟି-୨୦ ସିରିଜର ଆଜି ପ୍ରଥମ ଦିନ । ରବିବାର ଖେଳରେ ଭାରତ ପକ୍ଷରୁ ଅଲରାଉଣ୍ଡର ଶିବମ ଦୁବେ ଡେବ୍ୟୁ କରିଛନ୍ତି । ସେ ଭାରତ ପକ୍ଷରୁ ଆନ୍ତରାଷ୍ଟ୍ରୀୟ ଟି-୨୦ରେ ଡେବ୍ୟୁ କରୁଥିବା ୮୨ତମ ଖେଳାଳି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆରେ ଅନେକ ନୂଆ ଖେଳାଳି ସାମିଲ ହୋଇଛନ୍ତି, ଏମାନଙ୍କ ମଧ୍ୟରେ ଜଣେ ହେଲେ ମୁମ୍ବାଇର ଅଲରାଉଣ୍ଡର ଶିବମ, ଯାହାଙ୍କୁ ହାର୍ଦ୍ଦିକ ପାଣ୍ଡିୟାଙ୍କ ଅନୁପସ୍ଥିତିରେ ଟିମରେ ଜାଗା ମିଳିଛି ।

ମୁମ୍ବାଇର ଏହି ଯୁବା ବ୍ୟାଟ୍ସମ୍ୟାନ ନିକଟରେ ବିଜୟ ହଜାରେ ଟ୍ରଫିରେ ନିଜର ଦମଦାର ପ୍ରଦର୍ଶନରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିବାରେ ସକ୍ଷମ ହୋଇଥିଲେ । ସେ ବିଜୟ ହଜାରେ ଟ୍ରଫିରେ ମୁମ୍ବାଇ ପାଇଁ ଖେଳି ଆଠଟି ମ୍ୟାଚରେ ହାରାହାରି ୮୮.୫୦ ରେଟ ୧୭୭ ରନ କରିଥିଲେ । ୫ଟି ପାଳିରେ ସେ ଗୋଟିଏ ଶତକ ମଧ୍ୟ କରିଛନ୍ତି, ଏଥିସହ ଲୋୟର ଅଡରରେ ବ୍ୟାଟିଂ କରି ୧୫ଟି ଛକ୍କା ହାସଲ କରିଛନ୍ତି । କିନ୍ତୁ ବୋଲିଂରେ ଦୁବେ କିଛି ଭଲ ପ୍ରଦର୍ଶନ କରି ପାରି ନଥବଲେ ଓ ଟୁର୍ଣ୍ଣାମେଣ୍ଟରେ ପାଞ୍ଚ ୱିକେଟ ହାସିଲ କରିଥିଲେ ।

Related posts

ସୁଧୁରିବାରେ ଲାଗିଛି ଟିମ୍ ଇଣ୍ଡିଆ ୱିକେଟ କିପର ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା

Odisha Sports Bureau

ପୁଣି ଥରେ ଟିମ୍ ଇଣ୍ଡିଆର ଅଧିନାୟକ ହୋଇପାରନ୍ତି ରୋହିତ ଶର୍ମା

Odisha Sports Bureau

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରୁ ବାଦ୍ ପଡିଛନ୍ତି କେଏଲ ରାହୁଲ