Tennis

ଅଷ୍ଟ୍ରେଲିୟାର ବାର୍ଡି ହାସଲକଲେ ଡବ୍ଲୁୟଟିଏ ଫାଇନାଲ୍ସ ମାନ୍ୟତା

ଭୁବନେଶ୍ୱର: ରବିବାର ଶେନଝେନରେ ସ୍ପୋର୍ଟ୍ସ ସେଣ୍ଟରରେ ଅନୁଷ୍ଠିତ ଡବ୍ଲୁୟଟିଏ ଫାଇନାଲ୍ସରେ ଡିଫେଣ୍ଡିଂ ଚାମ୍ପିୟନ ଏଲିନା ସ୍ୱିଡୋଲିନାଙ୍କୁ ହରାଇ ଆଶଲେ ବାର୍ଟି ବିଶ୍ୱର ଏକ ନମ୍ବ ଖେଳାଲିର ମାନ୍ୟତା ହାସଲ କରିଛନ୍ତି । ବାର୍ଟି ୧ ଘଣ୍ଟା ୨୬ ମିନିଟର ଏହି ଖେଳରେ ୬୦୪,୬-୩ ସେଟରେ ବିଜୟ ହାସଲ କରିଛନ୍ତି । ଏହି ବିଜୟ ପରେ ଏହି ଅଷ୍ଟ୍ରେଲୀୟ ଖେଳାଳି ବାର୍ଟି ୪୪.୨ ଲକ୍ଷ ଆମେରିକୀୟ ଡଲାରର ଚେକ ହାସଲ କରିଛନ୍ତି । ଟେନିସରେ ଏହି ଅର୍ଥରାଶି ସର୍ବାଧିକ ପୁରସ୍କାର ରାଶି ।
ସ୍ୱିତୋଲିନା ଗତ ବର୍ଷ ସିଙ୍ଗାପୁରରେ ଡବ୍ଲୁୟଟିର ଫାଇନାଲ୍ସରେ ବିଜୟ ପରେ ଅନ୍ୟ କୌଣସି ଟ୍ରଫି ଜିତିନାହାନ୍ତି । ବାର୍ଟି ଏହି ସଫଳତା ହାସଲରେ ଅଷ୍ଟ୍ରେଲିଆର ଦ୍ୱିତୀୟ ଟେନିସ ତାରକା । ଏହା ପୂର୍ବରୁ ୧୯୭୬ରେ ଇଭୋନ ଗୁଲାଗଙ୍ଗା କାଓଲେ ଏହି ସଫଳତା ହାସଲ କରିଥିଲେ ।

Related posts

୧୭ରୁ ଆରମ୍ଭ ହେବ ଟେବୁଲ ଟେନିସ ଚାମ୍ପିୟାନସିପ

ଏକବର୍ଷ ପରେ ସିଙ୍ଗଲ୍ସ ମ୍ୟାଚ୍‌ରେ ଅବତୀର୍ଣ୍ଣ ହୋଇଥିବା ସ୍ପେନ୍ ଟେନିସ୍ ଖେଳାଳି ରାଫେଲ୍ ନାଦାଲ୍ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି

Odisha Sports Bureau

ନିଜର ଅବସର ଘୋଷଣା କଲେ ଟେନିସ ତାରକା ରାଫେଲ୍ ନାଡାଲ

Odisha Sports Bureau