Hockey

୭ ଉଇକେଟରେ ବାଂଲାଦେଶ ବିଜୟ

(ଓଡ଼ିଶା ସ୍ପୋର୍ଡ଼ସ ):  ଭାରତ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ବାଂଲାଦେଶ ୩ଟି ବଲ୍‌ ବାକି ରଖି ୭ ଉଇକେଟରେ ଅତି ସହଜରେ ବିଜୟ ହାସଲ କରିଛି। ସ୍ଥାନୀୟ ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଟସ୍‌ ଜିତି ବାଂଲାଦେଶ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୬ ଉଇକେଟ ହରାଇ ୧୪୮ ରନ ସଂଗ୍ରହ କରିଥିଲା। ଜବାବରେ ବାଂଲକ୍ଷଦେଶ ୧୯.୩ ଓଭରରେ ୩ ଉଇକେଟ ହରାଇ ୧୫୪ ରନକରି ମ୍ୟାଚ୍‌ ହାତେଇ ନେଇଛି। ଏଥିସହିତ ଭାରତ ବିପକ୍ଷରେ ବାଂଲାଦେଶ ଟି୨୦ ଫର୍ମାଟରେ ପ୍ରଥମ ବିଜୟ ହାସଲ କରି ଇତିହାସ ସୃଷ୍ଟି କରିଛି। ଫଳରେ ୩ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ବାଂଲାଦେଶ ୧-୦ରେ ଅଗ୍ରଣୀ ହାସଲ କରିଛି। ୬୦ ରନର ଅପରାଜିତ ଅର୍ଦ୍ଧଶତକୀୟ ପାଳି ଖେଳିଥିବା ବାଂଲାଦେଶ ଉଇକେଟକିପର ବ୍ୟାଟ୍ସମ୍ୟାନ ମୁସ୍‌ଫିକର ରହିମ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଏଠାରେ ଦେଖା ଦେଇଥିବା ଅତ୍ୟଧିକ ବାୟୁ ପ୍ରଦୂଷଣ ମ୍ୟାଚ୍‌ ଆୟୋଜନରେ ପ୍ରଭାବ ପକାଇପାରି ନ ଥିଲା।

Related posts

ରାଉରକେଲାରେ ହକି ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Odisha Sports Bureau

କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ନାଭାଲ ଟାଟା ହକି ଗ୍ରାସରୁଟ୍ ଲିଗ୍ ଚାମ୍ପିୟନସିପର ଚତୁର୍ଥ ସଂସ୍କରଣ ଆରମ୍ଭ

Odisha Sports Bureau

୧୬ ବର୍ଷ ପରେ ଚେନ୍ନାଇରେ ଖେଳାଯିବ ହକି

Odisha Sports Bureau