Cricket

ଶାହଦତ ହୋସେନଙ୍କୁ ୫ ବର୍ଷ ବାସନ୍ଦ

(ଓଡ଼ିଶା ସ୍ପୋର୍ଡ଼ସ ): ବାଂଲାଦେଶ ଘରୋଇ ଟୁର୍ନାମେଣ୍ଟରେ ସାଥୀ ଖେଳାଳିଙ୍କୁ ଆକ୍ରମଣ କରିଥିବା ଘଟଣାରେ ପୂର୍ବତନ ପେସର ଶାହଦତ ହୋସେନଙ୍କୁ ୫ ବର୍ଷ ବାସନ୍ଦ କରାଯାଇଛି। ଏଥିରୁ ଦୁଇ ବର୍ଷ ସେ କୌଣସି ଇଭେଣ୍ଟରେ ଅଂଶଗ୍ରହଣ କରିପାରିବେ ନାହିଁ। ଏଥିସହ ଜରିମାନା ବାବଦକୁ ତାଙ୍କୁ ୩ ଲକ୍ଷ ଟାକା ଦେବାକୁ ପଡ଼ିବ। ବୋର୍ଡର ଟେକନିକାଲ କମିଟି ଏହି ଦଣ୍ଡାଦେଶ ଧାର୍ୟ୍ୟ କରିଛି। ଏହି ଘଟଣା ଢାକା ଡିଭିଜନ ଓ ଖୁଲନା ଡିଭିଜନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଘଟିଥିଲା। ବଲ୍‌କୁ ରିଭର୍ସ ସୁଇଙ୍ଗ୍‌ କରିବା ପାଇଁ ଶାହାଦତଙ୍କ ଦକ୍ଷତା ଉପରେ ଆରାଫତ ପ୍ରଶ୍ନ ଉଠାଇଥିଲେ। ଏଥିରେ ସେ ଉତ୍ତ୍ୟକ୍ତ ହୋଇ ଉଠିଥିଲେ। ବାଂଲାଦେଶ ପାଇଁ ଶାହାଦତ ୨୦୦୫ରୁ ୨୦୧୫ ପର୍ୟ୍ୟନ୍ତ ଅନ୍ତର୍ଜାତୀୟ ସ୍ତରରେ ଖେଳି ୧୦୦ରୁ ଅଧିକ ଉଇକେଟ ନେଇଛନ୍ତି। ୩୩ ବର୍ଷୀୟ ପେସର ବାଂଲାଦେଶ ପାଇଁ ୩୮ ଟେଷ୍ଟ, ୫୧ ଦିନିକିଆ ଓ ୬ ଟି୨୦ ଖେଳିଛନ୍ତି।

Related posts

ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ପାର୍ଥିବ ପଟେଲ

Odisha Sports Bureau

ରାଜକୋଟରେ ଦକ୍ଷିଣ ଅଫ୍ରିକାକୁ ହରାଇଲା ଭାରତ ‘ଏ’ ଦଳ

Odisha Sports Bureau

ପାକିସ୍ତାନ ସହ ଖେଳିବାକୁ ମନା କରିଦେଲା ଟିମ୍‌ ଇଣ୍ତିଆ