Cricket

ଶାହଦତ ହୋସେନଙ୍କୁ ୫ ବର୍ଷ ବାସନ୍ଦ

(ଓଡ଼ିଶା ସ୍ପୋର୍ଡ଼ସ ): ବାଂଲାଦେଶ ଘରୋଇ ଟୁର୍ନାମେଣ୍ଟରେ ସାଥୀ ଖେଳାଳିଙ୍କୁ ଆକ୍ରମଣ କରିଥିବା ଘଟଣାରେ ପୂର୍ବତନ ପେସର ଶାହଦତ ହୋସେନଙ୍କୁ ୫ ବର୍ଷ ବାସନ୍ଦ କରାଯାଇଛି। ଏଥିରୁ ଦୁଇ ବର୍ଷ ସେ କୌଣସି ଇଭେଣ୍ଟରେ ଅଂଶଗ୍ରହଣ କରିପାରିବେ ନାହିଁ। ଏଥିସହ ଜରିମାନା ବାବଦକୁ ତାଙ୍କୁ ୩ ଲକ୍ଷ ଟାକା ଦେବାକୁ ପଡ଼ିବ। ବୋର୍ଡର ଟେକନିକାଲ କମିଟି ଏହି ଦଣ୍ଡାଦେଶ ଧାର୍ୟ୍ୟ କରିଛି। ଏହି ଘଟଣା ଢାକା ଡିଭିଜନ ଓ ଖୁଲନା ଡିଭିଜନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଘଟିଥିଲା। ବଲ୍‌କୁ ରିଭର୍ସ ସୁଇଙ୍ଗ୍‌ କରିବା ପାଇଁ ଶାହାଦତଙ୍କ ଦକ୍ଷତା ଉପରେ ଆରାଫତ ପ୍ରଶ୍ନ ଉଠାଇଥିଲେ। ଏଥିରେ ସେ ଉତ୍ତ୍ୟକ୍ତ ହୋଇ ଉଠିଥିଲେ। ବାଂଲାଦେଶ ପାଇଁ ଶାହାଦତ ୨୦୦୫ରୁ ୨୦୧୫ ପର୍ୟ୍ୟନ୍ତ ଅନ୍ତର୍ଜାତୀୟ ସ୍ତରରେ ଖେଳି ୧୦୦ରୁ ଅଧିକ ଉଇକେଟ ନେଇଛନ୍ତି। ୩୩ ବର୍ଷୀୟ ପେସର ବାଂଲାଦେଶ ପାଇଁ ୩୮ ଟେଷ୍ଟ, ୫୧ ଦିନିକିଆ ଓ ୬ ଟି୨୦ ଖେଳିଛନ୍ତି।

Related posts

ଭାରତ ଶ୍ରୀଲଙ୍କା ପ୍ରଥମ ଟି-୨୦

Odisha Sports Bureau

ଏସିଆ କପ୍ ୨୦୨୫ ଟିମ୍ ଇଣ୍ଡିଆର ଅଫିସିଆଲ୍ ଜର୍ସି ଲଞ୍ଚ

Odisha Sports Bureau

ପାକିସ୍ତାନ ଖେଳାଳିଙ୍କ ଉପରେ ରାଗିଗଲେ ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର; ଭାରତୀୟ ଖେଳାଳିଙ୍କ କଲେ ପ୍ରଶଂସା

Odisha Sports Bureau