Cricket

ସିରିଜ ହତେଇଲା ଭାରତୀୟ ମହିଳା ଦଳ

(ଓଡ଼ିଶା ସ୍ପୋର୍ଡ଼ସ ): ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜ୍‌ରେ ଭାରତୀୟ ମହିଳା ଦଳ ତା’ର ଅପରାଜେୟ ଧାରା ବଜାୟ ରଖି ୫ ମ୍ୟାଚ୍‌ବିଶିଷ୍ଟ ସିରିଜ୍‌କୁ ପୋଛିନେଇଛି। ବେଦା କ୍ରିଷ୍ଣମୂର୍ତ୍ତି ଓ ଜେମିମା ରୋଡ୍ରିଗୁଏଜଙ୍କ ଅର୍ଦ୍ଧଶତକ ଓ ପରେ ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ ଟିମ୍‌ ଇଣ୍ଡିଆ ଅନ୍ତିମ ଟି୨୦ ମ୍ୟାଚ୍‌ରେ ୬୧ ରନ୍‌ରେ ବିଜୟୀ ହୋଇଛି। ଏହା ସହିତ ୫ ମ୍ୟାଚ୍‌ବିଶିଷ୍ଟ ସିରିଜ୍‌କୁ ଭାରତ ୫-୦ରେ ଜିତି ନେଇଛି। ବିଜୟୀ ଦଳ ଲାଗି କ୍ରିଷ୍ଣମୂର୍ତ୍ତିଙ୍କୁ ମ୍ୟାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା।

ଜିତି ପ୍ରଥମେ ବ୍ୟାଟିଂ କରିଥିବା ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ୧୭ ରନ୍‌ ମଧ୍ୟରେ ଦୁଇ ଓପନର ଶେଫାଳି ବର୍ମା (୯) ଓ ସ୍ମୃତି ମନ୍ଧାନା (୭)ଙ୍କ ଉଇକେଟ ହରାଇଥିଲା। ଏହାପରେ କ୍ରିଷ୍ଣମୂର୍ତ୍ତି ଓ ରୋଡ୍ରିଗୁଏଜ ୩ୟ ଉଇକେଟ ପାଇଁ ଦଳୀୟ ସ୍କୋରରେ ୧୧୭ ରନ୍‌ ଯୋଡ଼ିଥିଲେ। ଫଳରେ ଟିମ୍‌ ଇଣ୍ଡିଆ ଧାର୍ୟ୍ୟ ୨୦ ଓଭରରେ ୩ ଉଇକେଟ ହରାଇ ୧୩୪ ରନ୍‌ କରିଥିଲା। ରୋଡ୍ରିଗୁଏଜ ୫୦ ରନ୍‌ କରି ଆଉଟ୍‌ ହୋଇଥିବାବେଳେ କ୍ରିଷ୍ଣମୂର୍ତ୍ତି ୫୭ ରନ୍‌ କରି ଅପରାଜିତ ରହିଥିଲେ। ଘରୋଇ ଦଳ ପକ୍ଷରୁ ହେଲି ମାଥ୍ୟୁସ ଓ ଅନିସା ମହମ୍ମଦ ଗୋଟିଏ ଉଇକେଟ ନେଇଥିଲେ। ଜବାବରେ ଓ୍ବେଷ୍ଟଇଣ୍ଡିଜ ଦଳ ନିୟମିତ ବ୍ୟବଧାନରେ ଉଇକେଟ ହରାଇବାରୁ ବିଜୟ ଲକ୍ଷ୍ୟଠାରୁ ଦୂରେଇ ରହିଥିଲା। ଘରୋଇ ଦଳ ଶେଷପର୍ୟ୍ୟନ୍ତ ବ୍ୟାଟିଂ କରି ୭ ଉଇକେଟ ହରାଇ ମାତ୍ର ୭୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦଳର କେବଳ ଦୁଇଜଣ କିଶୋନା ନାଇଟ୍‌ ୨୨ ଓ ଶେମାଇନ କମ୍ପାବେଲେ (୧୯)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସଓମ୍ୟାନ ଦୁଇଅଙ୍କ ସ୍କୋର ଛୁଇଁପାରି ନ ଥିଲେ। ବିଜୟୀ ଦଳ ପାଇଁ ଅନୁଜା ପାଟିଲ ୨ ଉଇକେଟ ନେଇଥିବାବେଳେ ପୁନମ ଯାଦବ, ପୂଜା, ରାଧା ଯାଦବ ଓ ହର୍ଲିନ ଦେଓଲ ଗେ୍‌ାଟିଏ ଲେଖାଏ ଉଇକେଟ ହାତେଇଥିଲେ।

Related posts

ପାଣ୍ଡ୍ୟାଙ୍କ ଭୁଲ ପାଇଁ ଖେଳାଳିଙ୍କ ଉପରେ ମୋଟା ଅଙ୍କର ଫାଇନ

ଚେନ୍ନାଇ ଟେଷ୍ଟରେ ଅଶ୍ୱିନୀଙ୍କ ଡବଲ୍‌ ଧମାକା ସହ ୨୮୦ ରନ୍‌ରେ ହାରିଲା ବାଂଲାଦେଶ

Odisha Sports Bureau

ସାରାଙ୍କ ସହ ଶୁଭମନ , ୟୁଜର୍ସ କହିଲେ ଏଥର କନଫର୍ମ

Odisha Sports Bureau