Cricket

ପିଙ୍କ ବଲ ଓଜନିଆ: ବିରାଟ

(ଓଡ଼ିଶା ସ୍ପୋର୍ଟ): ଆଜି ଠାରୁ କୋଲକାତାର ଇଡେନ ଗାର୍ଡେନରେ ଭାରତ ଓ ବାଂଲାଦେଶ ମଧ୍ୟରେ ବହୁ ପ୍ରତୀକ୍ଷିତ ଦିବାରାତ୍ର ଟେଷ୍ଟ ଖେଳାଯାଉଛି । ପ୍ରଥମ ଥର ପାଇଁ ଭାରତରେ ଦିବାରାତ୍ର ଟେଷ୍ଟ ମ୍ୟାଚର ଆୟୋଜନ ହେଉଥିବାରୁ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।

ଭାରତୀୟ ଅଧିନାୟକ ବିରାଟ କୋହଲି ଗୋଲାପି ବଲକୁ ହକି ବଲ ସହ ତୁଳନା କରିଛନ୍ତି । କୋହଲିଙ୍କ ଭାଷାରେ ହକି ବଲ ଓଜନିଆ ଲାଗିଥାଏ । ସେହିଭଳି ଗୋଲାପି ବଲ ମଧ୍ୟ ଓଜନିଆ ଲାଗୁଥିବାରୁ ଫିଲ୍ଡିଂ କରିବାରେ ଅଡୁଆ ହୋଇପାରେ । ଅଭ୍ୟାସ ପରେ ଗଣମାଧ୍ୟମର ପ୍ରତିନିଧିଙ୍କୁ କୋହଲି କହିଛନ୍ତି, ଫିଲ୍ଡିଂ ସମୟରେ ମୁଁ ବଡ଼ ହଇରାଣରେ ପଡ଼ିଯାଇଥିଲି । ସେ କହିଛନ୍ତି ଯେ, ଏଭଳି ସିଂଥେଟିକ ବଲରେ ଆମେ ପିଲା ଦିନରେ ଖେଳିଥିଲେ । ଏହି ବଲ ଅଧିକ ଓଜନିଆ । ବଲକୁ ଫିଙ୍ଗିବା ବେଳେ ଅଧିକ ପରିଶ୍ରମ କରିବାକୁ ପଡୁଛି । ଦିନବେଳା ଉଚ୍ଚ କ୍ୟାଚ ଧରିବା ଅଡୁଆ ହୋଇପାରେ । ନାଲି ଓ ଧଳା ବଲରେ ଜଣାପଡ଼ିଥାଏ ଯେ, ଏହା ଆପଣଙ୍କ ନିକଟକୁ କେତେବେଳେ ପହଂଚୁଛି । ମାତ୍ର ପିଙ୍କ ବଲକୁ ଅନୁମାନ କରି ହେଉନାହିଁ ଯେ, କେତେବେଳେ ହାତକୁ ଆସିବ ।

Related posts

ଦକ୍ଷିଣ ଆଫ୍ରିକାକୁ ପଛରେ ପକାଇ ସିରିଜ୍ ହାତେଇଲା ୱେଷ୍ଟଇଣ୍ଡିଜ୍

Odisha Sports Bureau

ଧୋନି ଓ କୋହଲୀ ନିୟମ ଉଲଙ୍ଘନ କରିଛନ୍ତି

Odisha Sports Bureau

ବିଶ୍ୱକପ ୨୦୨୩ :ସେମି ପାଇଁ ଲଢିବେ ଶ୍ରୀଲଙ୍କା – ନ୍ୟୁଜିଲାଣ୍ଡ

Odisha Sports Bureau