More Sports

କଟକରେ ହେବ ବିଗ୍‌ ବାଉଟ୍‌ ଇଣ୍ଡିଆନ ବକ୍ସିଂ ଲିଗ୍‌

(ଓଡ଼ିଶାସ୍ପୋର୍ଡ଼ସ): ପ୍ରଥମଥର ପାଇଁ କଟକରେ ବିଗ୍‌ ବାଉଟ୍‌ ଇଣ୍ଡିଆନ ବକ୍ସିଂ ଲିଗ୍‌ ହେବାକୁ ଯାଉଛି। ଡିସେମ୍ବର ୨ରୁ ଏହା ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆର ସିନିୟର ଅଫିସିଆଲମାନେ ଷ୍ଟାଡିୟମର ଭିତ୍ତିଭୂମି ଦେଖି ସନ୍ତୋଷ ପ୍ରକଟ କରିଛନ୍ତି। ଫଳରେ ଏଠାରେ ବକ୍ସିଂର ଏକ ସମ୍ମାନଜନକ ପ୍ରତିଯୋଗିତା ହେବାପାଇଁ ପଥ ପରିଷ୍କାର ହୋଇଯାଇଛି। କଟକ ବ୍ୟତୀତ ଏହି ପ୍ରତିଯୋଗିତା ନୂଆଦିଲ୍ଲୀ ଏବଂ ପଞ୍ଜାବର ଲୁଧିଆନାରେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି। ଲିଗ୍‌ରେ ମୋଟ ୬ଟି ଦଳ ଅଂଶଗ୍ରହଣ କରିବେ। ଏହା ମଧ୍ୟରେ ଓଡ଼ିଶା ଓ୍ବାରିୟର୍ସ ସାମିଲ। ପ୍ରତି ଦଳରେ ୫ ପୁରୁଷ ଓ ୨ ମହିଳା ବକ୍ସର ରହିବେ। ଅତି ବେଶିରେ ଦଳ ଗୁଡ଼ିକ ୩ ଜଣ ଲେଖାଏ ବିଦେଶୀ ଖେଳାଳିଙ୍କୁ ନେଇ ପାରିବେ। କିମ୍ବଦନ୍ତୀ ମହିଳା ବକ୍ସର ଏମ.ସି. ମେରୀ କମ୍‌ ଏନସିଆର ପଞ୍ଜାବ ରୟାଲ୍ସ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ତାଙ୍କର ପ୍ରତିଦ୍ୱନ୍ଦ୍ୱୀଭାବେ ବିବେଚିତ ହେଉଥିବା ନିଖତ ଜରୀନ ଓଡ଼ିଶା ଓ୍ବାରିୟର୍ସର ମଙ୍ଗ ସମ୍ଭାଳିବେ। ବିଶ୍ୱ ଚାମ୍ପିୟନଶିପ୍‌ ସିଲଭର ମେଡାଲିଷ୍ଟ ଅମିତ ପଙ୍ଘାଲ ଅଦାନି ଗୁଜରାଟ, ପିଙ୍କି ରାଣୀ ବେଙ୍ଗାଲୁରୁ ଏବଂ ରିଓ ଅଲିମ୍ପିକ୍ସ ବ୍ରୋଞ୍ଜ ମେଡାଲିଷ୍ଟ ଇନ୍‌ଗ୍ରିଟ୍‌ ଭାଲେନ୍ସିଆ ବମ୍ବେ ବୁଲେଟ୍ସ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ୨୦୨୦ ଏସିଆନ ରେସଲିଂ ଚାମ୍ପିୟନଶିପ୍‌ ମଧ୍ୟ କଟକରେ ଫେବୃୟାରୀ ୧୮ରୁ ୨୩ ପର୍ୟ୍ୟନ୍ତ ହେବାର କାର୍ୟ୍ୟକ୍ରମ ରହିଛି।

Related posts

ଜାଭଲିନ୍ ଥ୍ରୋରେ ଡାଇମଣ୍ଡ ଜିତିଲେ ନୀରଜ ଚୋପ୍ରା

Odisha Sports Bureau

ସାଉଦି ଆରବ ମେସିଙ୍କ ହରାଇଲା ଆର୍ଜେଣ୍ଟିନାକୁ

Odisha Sports Bureau

ଭାରତକୁ ଆଉ ଜଣେ ସୁନାପୁଅ

Odisha Sports Bureau