Cricket

ଟଙ୍କା ଫେରସ୍ତ ପାଇବେ ଦର୍ଶକେ

(ଓଡ଼ିଶା ସ୍ପୋର୍ଟସ ): କୋଲକତାର ଇଡ଼େନ ଗାର୍ଡେନ୍ସରେ ଖେଳାଯାଇଥିବା ପ୍ରଥମ ଐତିହାସିକ ଗୋଲାପୀ ବଲ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ବାଂଲାଦେଶକୁ ଇନିଂସ ଓ ୪୬ ରନରେ ମାତ୍ ଦେଇଛି। ଏହା ସହିତ ଭାରତ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ ୨-୦ରେ ଜିତି ନେଇଛି। କିନ୍ତୁ କୋଲକାତାର ଇଡ଼େନ ଗାର୍ଡ଼େନରେ ଖେଳାଯାଇଥିବା ଗୋଲାପୀ ବଲ ଟେଷ୍ଟକୁ ଭାରତ ମାତ୍ର ୨ ଦିନ ୪୭ ମିନିଟରେ ଜିତି ନେଇଛି। ଫଳରେ ଦୁଇ ଦିନ ପୂର୍ବରୁ ମ୍ୟାଚ୍ ଶେଷ ହୋଇ ଯାଇଛି। ମାତ୍ର ଦର୍ଶକ ପୂରା ପାଞ୍ଚ ଦିନ ଲାଗି ଟିକେଟ୍ କାଟିଥିଲେ। ଏବେ ବାକି ଦୁଇ ଦିନର ଅର୍ଥ ପଶ୍ଚିମବଙ୍ଗ କ୍ରିକେଟ୍ ସଙ୍ଘ ଦର୍ଶକଙ୍କୁ ଫେରାଇ ଦେବାକୁ ନିଷ୍ପତ୍ତି ନେଇଛି। ଏହାର ସୂଚନା ସଂଘ ସୋମବାର ଟ୍ଵିଟ୍ ଜରିଆରେ ଦେଇଛି।

Related posts

ଉପୁଡିଗଲା ମିଡିଲ ଷ୍ଟମ୍ପ ,ଅମ୍ପାୟର ଦେଲାନି ଆଉଟ

Odisha Sports Bureau

ଟ୍ରାକକୁ ଫେରୁଛି ଚେନ୍ନାଇ ଏକ୍ସପ୍ରେସ

Odisha Sports Bureau

ଭାରତୀୟ କ୍ରିକେଟ୍ ଟିମର ନୂଆ କିଟ୍ ପ୍ରାୟୋଜକ: ଆଦିଦାସ

Odisha Sports Bureau