Cricket

ଭାରତୀୟ କ୍ରିକେଟ୍ ଟିମର ନୂଆ କିଟ୍ ପ୍ରାୟୋଜକ: ଆଦିଦାସ

ମୁମ୍ବାଇ: ଆଦିଦାସ ଖୁବଶୀଘ୍ର ଭାରତୀୟ କ୍ରିକେଟ୍ ଟିମର ନୂଆ କିଟ୍ ପ୍ରାୟୋଜକ ହେବାକୁ ଯାଉଛି। ବିସିସିଆଇ ସମ୍ପାଦକ ଜୟ ଶାହ ଏ ସମ୍ପର୍କରେ ସୋମବାର ଦିନ ଘୋଷଣା କରିଛନ୍ତି। ଭାରତୀୟ ଦଳର ବର୍ତ୍ତମାନର କିଟ୍ ପ୍ରାୟୋଜକ କିଲର ଜିନ୍ସର ଚୁକ୍ତି ମେ ୩୧ ତାରିଖରେ ଶେଷ ହେଉଥିବା ବେଳେ ଏହାପରଠୁ ଆଦିଦାସ ସହିତ ନୂଆ ଚୁକ୍ତି ଲାଗୁ କରିବାକୁ ଯାଉଛି ବିସିସିଆଇ । ପୂର୍ବରୁ ଆସିଥିବା ଏକ ରିପୋର୍ଟ ଅନୁଯାୟୀ, ଆଦିଦାସ ସହିତ ବିସିସିଆଇ ପାଖାପାଖି ୩୫୦ କୋଟି ଟଙ୍କାର ଚୁକ୍ତି କରିବାକୁ ଯାଉଛି। ସେହିପରି ମୁଖ୍ୟ ପ୍ରାୟୋଜକ ବାୟଜୁସ୍ ଏହାର ଚୁକ୍ତିକୁ ନଭେମ୍ବର ମାସ ପରେ ଆଉ ବଢ଼ାଇବା ଲକ୍ଷ୍ୟରେ ନାହିଁ। ତେଣୁ ବିସିସିଆଇ ଏଥିପାଇଁ ଏକ ନୂଆ ପ୍ରାୟୋଜକ ଯୋଗାଡ଼ କରିବାକୁ ଲାଗିପଡ଼ିଛି।

Related posts

ଭାରତ-ଶ୍ରୀଲଙ୍କା ସିରିଜ ଭିତରେ ପଶିଲା ଇଂଲଣ୍ଡ

ୱେଷ୍ଟଇଣ୍ଡିଜର ଏହି ୩ ଖେଳାଳି ଟିମ୍ ଇଣ୍ଡିଆ ପାଇଁ ହୋଇପାରନ୍ତି ଘାତକ; ଜାଣନ୍ତୁ କିଏ?

IND vs WI: ମ୍ୟାଚ୍ ଖେଳିବେନି ରିଙ୍କୁ ସିଂ, ଘୋଷଣା କଲା ବିସିସିଆଇ

Odisha Sports Bureau