Cricket

ରେକର୍ଡ଼ ଭାଙ୍ଗିଲା ଟିମ ଇଣ୍ଡିଆ

(ଓଡ଼ିଶା ସ୍ପୋର୍ଟ):  କୋଲକାତା ଇଡେନ ଗାର୍ଡେନ୍ସରେ ଟିମ ଇଣ୍ଡିଆ ତା’ର ପ୍ରଥମ ଦିବାରାତ୍ର ଟେଷ୍ଟ ପିଙ୍କ ବଲରେ ଖେଳି ବାଂଲାଦେଶକୁ ପରାସ୍ତ କରିଥିଲା । ୪୬ ରନରେ ଜିତି ଇତିହାସ ରଚିଛି। ଏହି ବିଜୟ ସହ ଭାରତ ଦୁଇମ୍ୟାଚ ବିଶିଷ୍ଟ ସିରିଜକୁ ୨-୦ରେ ପୋଛି ନେଇଛି। ଏହା ପୂର୍ବରୁ ଭାରତ ଇନ୍ଦୋରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ଭାରତ ଇନିଂସ ଓ ୧୩୦ ରନରେ ଜିତିଥିଲା। ଭାରତ ବିଶ୍ୱର ପ୍ରଥମ ଟିମ ଭାବେ ଲଗାତାର ଚାରୋଟି ଇନିଂସ ବିଜୟ ହାସଲ କରିଛି। ଏଥିସହ ଭାରତୀୟ ଦଳ ବିଶ୍ୱ କ୍ରିକେଟରେ ନୂଆ କୀର୍ତ୍ତିମାନ କରିଛି। ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପୁଣେ (ଇନିଂସ ଓ ୧୩୭ ରନ) ଓ ରାଞ୍ଚି (ଇନିଂସ ଓ ୨୦୨ ରନ) ଟେଷ୍ଟରେ ଇନିଂସ ବିଜୟ ହାସଲ କରିଥିବା ବେଳେ ବାଂଲାଦେଶ ବିପକ୍ଷ ଚଳିତ ସିରିଜର ଦୁଇଟି ଯାକ ମ୍ୟାଚରେ ମଧ୍ୟ ଇନିଂସ ବିଜୟ ଲାଭ କରିଛି। ୧୪୨ ବର୍ଷର କ୍ରିକେଟ ଇତିହାସରେ କୌଣସି ଦଳ ଏହି ରେକର୍ଡ କରିନାହାନ୍ତି।

Related posts

ଷ୍ଟୁଆର୍ଟ ବ୍ରଡ ସହିତ ଭାଇରାଲ ଫଟୋରେ ଜେମ୍ସ ଆଣ୍ଡରସନ

ଆଜିଠୁ ଆରମ୍ଭ ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ସିରିଜ

Odisha Sports Bureau

ଆହତ କାରଣରୁ ଟି -୨୦ ବିଶ୍ୱକପରୁ ବାଦ ପଡିଛନ୍ତି ଆଫଗାନିସ୍ତାନର ଷ୍ଟାର ସ୍ପିନର ମୁଜୀବ ଉର ରେହମାନ