Cricket

ଇଣ୍ଡିଜ ସିରିଜରୁ ବାଦ ପଡ଼ିଲେ ଧାୱନ

(ଓଡ଼ିଶା ସ୍ପୋର୍ଟସ): ହାଇଦ୍ରାବାଦରେ ଡ଼ିସେମ୍ବର ୪ରୁ ଭାରତ ଓ ଇଣ୍ଡିଜ ମଧ୍ୟରେ ଟି-୨୦ ମ୍ୟାଚ ଖେଳାଯିବ । କିନ୍ତୁ ବ୍ୟାଟସମ୍ୟାନ ଶିଖର ଧାୱନ ୱେଷ୍ଟଇଣ୍ଡିଜ ବିରୋଧରେ ଖେଳାଯିବାକୁ ଥିବା ମ୍ୟାଚରୁ ବାଦ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିବ ବୋଲି କୁହାଯାଉଛି ।

ଧାୱନଙ୍କୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ମହାରାଷ୍ଟ୍ର ବିରୋଧରେ ଏକ ମ୍ୟାଚରେ ଆଣ୍ଠୁରେ ଆଘାତ ଲାଗିଥିଲା । ସେହି ସମୟରେ ସେ ୪ରୁ ୫ଦିନ ମଧ୍ୟରେ ଫିଟ୍ ହେବେ ବୋଲି କୁହାଯାଇଥିଲା । ଏହି ସମୟରେ ସଞ୍ଜୁ ସାମସନଙ୍କୁ ସିରିଜ ପାଇଁ ଚୟନ କରାଯାଇଥିଲା । ତାଙ୍କୁ ବାଂଲାଦେଶ ବିରୋଧରେ ଟି୨୦ରେ ମଧ୍ୟ ସାମିଲ କରାଯାଇଥିଲା । କିନ୍ତୁ ସେ ଗୋଟିଏ ହେଲେ ମ୍ୟାଚ ଖେଳିପାରି ନଥିଲେ । ସ୍ପୋର୍ଟଷ୍ଟାରର ତଥ୍ୟାନୁସାରେ, ୩୩ ବର୍ଷିୟ ଧାୱନଙ୍କୁ ରନ ନେବା ବେଳେ ଆଣ୍ଠୁରେ ଆଘାତ ଲାଗିଥିଲା । ପରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଏପରିକି ରକ୍ତ ବାହାରିବା ପରେ ଷ୍ଟିଚ୍ ପଡିଥିଲା ।

Related posts

ଚେନ୍ନାଇ ଦଳର ପଧିନାୟକ ତଥା କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି ରାତନୀତିକୁ ଆସିବା ସମ୍ପର୍କରେ ଚିନ୍ତା କରିବା ଉଚିତ

ଶ୍ରୀଲଙ୍କାକୁ ୬୨ ରନ୍‌ରେ ହରାଇଲା ଭାରତ

Odisha Sports Bureau

ବିଧାୟିକାଙ୍କୁ ଶୁଭେଚ୍ଛା ଜଣାଇଲେ କ୍ରିକେଟର ରିବିନ୍ଦ୍ର ଜାଡେଜା

Odisha Sports Bureau

Leave a Comment