Cricket

ଇଣ୍ଡିଜ ସିରିଜରୁ ବାଦ ପଡ଼ିଲେ ଧାୱନ

(ଓଡ଼ିଶା ସ୍ପୋର୍ଟସ): ହାଇଦ୍ରାବାଦରେ ଡ଼ିସେମ୍ବର ୪ରୁ ଭାରତ ଓ ଇଣ୍ଡିଜ ମଧ୍ୟରେ ଟି-୨୦ ମ୍ୟାଚ ଖେଳାଯିବ । କିନ୍ତୁ ବ୍ୟାଟସମ୍ୟାନ ଶିଖର ଧାୱନ ୱେଷ୍ଟଇଣ୍ଡିଜ ବିରୋଧରେ ଖେଳାଯିବାକୁ ଥିବା ମ୍ୟାଚରୁ ବାଦ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିବ ବୋଲି କୁହାଯାଉଛି ।

ଧାୱନଙ୍କୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ମହାରାଷ୍ଟ୍ର ବିରୋଧରେ ଏକ ମ୍ୟାଚରେ ଆଣ୍ଠୁରେ ଆଘାତ ଲାଗିଥିଲା । ସେହି ସମୟରେ ସେ ୪ରୁ ୫ଦିନ ମଧ୍ୟରେ ଫିଟ୍ ହେବେ ବୋଲି କୁହାଯାଇଥିଲା । ଏହି ସମୟରେ ସଞ୍ଜୁ ସାମସନଙ୍କୁ ସିରିଜ ପାଇଁ ଚୟନ କରାଯାଇଥିଲା । ତାଙ୍କୁ ବାଂଲାଦେଶ ବିରୋଧରେ ଟି୨୦ରେ ମଧ୍ୟ ସାମିଲ କରାଯାଇଥିଲା । କିନ୍ତୁ ସେ ଗୋଟିଏ ହେଲେ ମ୍ୟାଚ ଖେଳିପାରି ନଥିଲେ । ସ୍ପୋର୍ଟଷ୍ଟାରର ତଥ୍ୟାନୁସାରେ, ୩୩ ବର୍ଷିୟ ଧାୱନଙ୍କୁ ରନ ନେବା ବେଳେ ଆଣ୍ଠୁରେ ଆଘାତ ଲାଗିଥିଲା । ପରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଏପରିକି ରକ୍ତ ବାହାରିବା ପରେ ଷ୍ଟିଚ୍ ପଡିଥିଲା ।

Related posts

ନିଲାମି ବେଳେ ବଡ଼ ଭୁଲ, ଭୁଲ ଖେଳାଳିଙ୍କୁ କିଣି ଦେଲା ପଞ୍ଜାବ କିଙ୍ଗ୍ସ

Odisha Sports Bureau

ବିସିସିଆଇ ଦକ୍ଷିଣ ଅଫ୍ରିକା ଗସ୍ତ ପୂର୍ବରୁ ୩ଟି ଫର୍ମାଟରେ ଟିମ ଘୋଷଣା କରିଛନ୍ତି

Odisha Sports Bureau

ଓଭାଲରେ ବିରାଟ ରେକର୍ଡ

Odisha Sports Bureau