(ଓଡିଶା ସ୍ପୋର୍ଟସ): ପୁର୍ବ ଚମ୍ପିଆନ ୟୁବେଣ୍ଟସକୁ ଲାଜିୟୋ ବିପକ୍ଷରେ ରୋମରେ ୧-୩ରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ପରାଜୟର ସାମ୍ନା କରିବାକୁ ପଡିଛି, ଯାଦ୍ୱାରା ସିରୀ ଏ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଟାଇଟଲର ଦୌଡ ରୋମାଞ୍ଚକର ହୋଇପଡିଛି । ଆଠ ଥର ପୂର୍ବ ଚମ୍ପିଆନ ୟୁବେଣ୍ଟସଙ୍କ ଟିମ୍ ଏହି ପରାଜୟ ପରେ ଦ୍ୱିତୀୟ ସ୍ଥାନରେ ରହିଛି । ଇଣ୍ଟର ମିଲାନର ଟିମ୍ ୧୫ଟି ମ୍ୟାଚ୍ ମଧ୍ୟରୁ ୩୮ ଅଙ୍କ ସହିତ ଶୀର୍ଷରେ ଚାଲୁଛନ୍ତି, ଯେତେବେଳେ କି ୟୁବେଣ୍ଟସ୍ ଏତିକି ମ୍ୟାଚରେ ଏହାଠାରୁ ଦୁଇଟି ଅଙ୍କରେ ପଛୁଆ ରହିଛି । ତୃତୀୟ ସ୍ଥାନରେ ଚାଲୁଥିବା ଲାଜିୟୋଙ୍କର ମଧ୍ୟ ୧୫ ମ୍ୟାଚରେ ୩୩ଅଙ୍କ ଅଟେ । ୟୁବେଣ୍ଟସ୍ ବିପକ୍ଷରେ ୨୦୦୩ ପରେ ଘରୋଇ ପଡିଆରେ ଏହା ଲାଜିୟୋଙ୍କ ପ୍ରଥମ ବିଜୟ ଅଟେ । କ୍ରିଷ୍ଟିୟାନୋ ରୋନାଲ୍ଟୋ ୨୫ତମ ମିନିଟରେ ୟୁବେଣ୍ଟସକୁ ଆଗକୁ ବଢାଇଥିଲେ, କିନ୍ତୁ ପ୍ରଥମ ହାପର ଇଞ୍ଜରୀ ଟାଇମରେ ଲୁଇସ୍ ଫେଲିପ୍ ରାମୋସ ମାର୍ଚ୍ଚୀ ଲାଜିୟୋକୁ ବରାବରୀ କରିଥିଲେ । ସର୍ଗେଜ ମିଲିନକୋବିଚ ସାଭିଚ ୭୪ତମ ମିନିଟରେ ଲାଜିୟୋଙ୍କୁ ଆଗକୁ ବଢାଇଥିଲେ, ଯେତେବେଳେ କି ଫେଲିପ୍ କାଇସେଡୋ ଦ୍ୱିତୀୟ ହାଫର ଇଞ୍ଜରି ଟାଇମରେ ଆଉ ଏକ ଗୋଲ କରି ଟିମ୍ କୁ ୩-୧ରେ ବିଜୟ ସୁନିଶ୍ଚିତ କରିଥିଲେ ।
previous post
next post