Football

ପୂର୍ବ ଚମ୍ପିଆନ ୟୁବେଣ୍ଟସକୁ ପରାସ୍ତ କଲା ଲାଜିୟୋ

(ଓଡିଶା ସ୍ପୋର୍ଟସ): ପୁର୍ବ ଚମ୍ପିଆନ ୟୁବେଣ୍ଟସକୁ ଲାଜିୟୋ ବିପକ୍ଷରେ ରୋମରେ ୧-୩ରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ପରାଜୟର ସାମ୍ନା କରିବାକୁ ପଡିଛି, ଯାଦ୍ୱାରା ସିରୀ ଏ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଟାଇଟଲର ଦୌଡ ରୋମାଞ୍ଚକର ହୋଇପଡିଛି । ଆଠ ଥର ପୂର୍ବ ଚମ୍ପିଆନ ୟୁବେଣ୍ଟସଙ୍କ ଟିମ୍ ଏହି ପରାଜୟ ପରେ ଦ୍ୱିତୀୟ ସ୍ଥାନରେ ରହିଛି । ଇଣ୍ଟର ମିଲାନର ଟିମ୍ ୧୫ଟି ମ୍ୟାଚ୍ ମଧ୍ୟରୁ ୩୮ ଅଙ୍କ ସହିତ ଶୀର୍ଷରେ ଚାଲୁଛନ୍ତି, ଯେତେବେଳେ କି ୟୁବେଣ୍ଟସ୍ ଏତିକି ମ୍ୟାଚରେ ଏହାଠାରୁ ଦୁଇଟି ଅଙ୍କରେ ପଛୁଆ ରହିଛି । ତୃତୀୟ ସ୍ଥାନରେ ଚାଲୁଥିବା ଲାଜିୟୋଙ୍କର ମଧ୍ୟ ୧୫ ମ୍ୟାଚରେ ୩୩ଅଙ୍କ ଅଟେ । ୟୁବେଣ୍ଟସ୍ ବିପକ୍ଷରେ ୨୦୦୩ ପରେ ଘରୋଇ ପଡିଆରେ ଏହା ଲାଜିୟୋଙ୍କ ପ୍ରଥମ ବିଜୟ ଅଟେ । କ୍ରିଷ୍ଟିୟାନୋ ରୋନାଲ୍ଟୋ ୨୫ତମ ମିନିଟରେ ୟୁବେଣ୍ଟସକୁ ଆଗକୁ ବଢାଇଥିଲେ, କିନ୍ତୁ ପ୍ରଥମ ହାପର ଇଞ୍ଜରୀ ଟାଇମରେ ଲୁଇସ୍ ଫେଲିପ୍ ରାମୋସ ମାର୍ଚ୍ଚୀ ଲାଜିୟୋକୁ ବରାବରୀ କରିଥିଲେ । ସର୍ଗେଜ ମିଲିନକୋବିଚ ସାଭିଚ ୭୪ତମ ମିନିଟରେ ଲାଜିୟୋଙ୍କୁ ଆଗକୁ ବଢାଇଥିଲେ, ଯେତେବେଳେ କି ଫେଲିପ୍ କାଇସେଡୋ ଦ୍ୱିତୀୟ ହାଫର ଇଞ୍ଜରି ଟାଇମରେ ଆଉ ଏକ ଗୋଲ କରି ଟିମ୍ କୁ ୩-୧ରେ ବିଜୟ ସୁନିଶ୍ଚିତ କରିଥିଲେ ।

Related posts

ଭାରତୀୟ ସିନିୟର ମହିଳା ଜାତୀୟ ଫୁଟବଲ୍ ଦଳର ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚର ଲାଇଭ ଷ୍ଟ୍ରିମିଂ

Odisha Sports Bureau

ଶେଷ ନିଶ୍ୱାସ ତ୍ୟାଗ କଲେ ଭାରତୀୟ ଫୁଟବଲର ମହମ୍ମଦ ଜୁଲଫିକାରୁଦ୍ଦିନ

Odisha Sports Bureau

ପରଲୋକରେ ବରିଷ୍ଠ ଫୁଟବଲ ଖେଳାଳୀ ବନବୀର ବେହେରା

Odisha Sports Bureau