Football

ଚେନ୍ନାଇୟିନକୁ ‘ଡ୍ର’ ରେ ଅଟକାଇଲା ଜମଶେଦପୁର

(ଓଡିଶା ସ୍ପୋର୍ଟସ): ଇସାକ୍ ବେନମଲସାୱମାଙ୍କ ମ୍ୟାଚର ଶେଷ ସମୟରେ କରିଥିବା ଗୋଲ୍ ସାହାଯ୍ୟରେ ଜାମସେଦପୁର ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍)ର ଷଷ୍ଠ ପର୍ଯ୍ୟାୟର ଘରୋଇ ପଡିଆରେ ଅଜୟକ୍ରମ ଜାରୀ ରଖି ସୋମବାର ଦିନ ଏଠାରେ ଚେନା୍ନଇୟିନ ଏଫସି କୁ ୧-୧ ବରାବରୀରେ ଅଟକାଇଥିଲା । ଜୋଆର୍ଡି ଟାଟା ସ୍ପୋଟର୍ସ କପ୍ଲେସ୍କ ପଡିଆରେ ଖେଳାଯାଇଥିବା ଲିଗରେ ନିଜର ସପ୍ତମ ତମ ମ୍ୟାଚରେ ଦୁଇଥର ଚମ୍ପିଆନ ହୋଇଥିବା ଚେନ୍ନାଇୟିନ ଏଫସି ମ୍ୟାଚର ୨୬ତମ ମିନିଟରେ ନେରୀଜୁସ୍କ୍ ବାଲାସିସ୍କଙ୍କ ଗୋଲ ସାହାଯ୍ୟରେ ୧-୦ରେ ଆଗୁଆ ରହିଥିଲେ, କିନ୍ତୁ ୮୯ତମ ମିନିଟରେ ବେନମଲସାୱମାଙ୍କ ଗୋଲରେ ମେଜବାନ ଟିମ୍ ମୁକାବିଲାକୁ ୧-୧ କରିଦେଇଥିଲେ । ଜମଶେଦପୁର ପାଇଁ ସପ୍ତମ ମ୍ୟାଚ ମଧ୍ୟରୁ ଏହା ତୃତୀୟ ଡ୍ର ଅଟେ । ଟିମ୍ ୧୨ ଅଙ୍କ ସହିତ ତାଲିକାର ଚତୁର୍ଥ ସ୍ଥାନରେ ରହିଛି । ଅନ୍ୟପଟେ ନବନିଯୁକ୍ତ କୋଚ  ଓୱେନ୍ କାୟଲେଙ୍କ ମାର୍ଗଦର୍ଶନରେ ପ୍ରଥମ ମ୍ୟାଚ ଖେଳୁଥିବା ଚେନ୍ନାଇୟାନ ୬ଟି ଅଙ୍କ ସହିତ ତାଲିକାର ନବମ ସ୍ଥାନରେ ରହିଛି ।

Related posts

ଭାରତୀୟ ଫୁଟବଲ ମୁଖ୍ୟ କୋଚ ଷ୍ଟିଫେନଙ୍କ ଇସ୍ତଫା

Odisha Sports Bureau

ପୁରୁଷ ଏସୀୟ କପ୍ ଫୁଟବଲ୍ ପ୍ରତିଯୋଗିତାରେ ଜାପାନର ୟୋସିମି ୟମସିତା ପ୍ରଥମ ମହିଳା ରେଫରି ଭାବେ ମ୍ୟାଚ୍ ପରିଚାଳନା କରିବେ

Odisha Sports Bureau

ଲେବାନନ୍କୁ ହରାଇ ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଜିତିଲା ଭାରତ; ୧ କୋଟି ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ