Cricket

ବିରାଟଙ୍କ ସ୍ଥାନ ନେବାକୁ ଚାହୁଁଛନ୍ତି ବାବର ଆଜମ

(ଓଡ଼ିଶା ସ୍ପୋର୍ଟ):  ବିରାଟ କୋହଲିଙ୍କ ଭଳି ହେବାକୁ ଚାହୁଁଛନ୍ତି ପାକିସ୍ତାନର ବାବର ଆଜମ । ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍ରେ ୯ ସ୍ଥାନରେ ପହଞ୍ଚିବା ପରେ ବାବର କହିଛନ୍ତି, କୋହଲିଙ୍କ ଭଳି ଟେଷ୍ଟ ଏବଂ ଏକଦିବସୀୟ ର଼୍ୟାଙ୍କିଙ୍ଗ୍ରେ ନଂ ୧ରେ ରହିବାକୁ ଚାହୁଁଛି। ଆଜମ୍ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ଥାନରେ ପହଞ୍ଚିବାକୁ ଚାହୁଁଛନ୍ତି। ପାକିସ୍ତାନରେ ବାବରଙ୍କୁ ବିରାଟ କୋହଲିଙ୍କ ସହ ତୁଳନା କରାଯାଉଛି। ଏନେଇ ସେ କହିଛନ୍ତି, କୋହଲି ବହୁତ କିଛି ହାସଲ କରିସାରିଛନ୍ତି। ସେ ମହାନ ଖେଳାଳି। ଏତେ ତାଙ୍କ ମୋତେ ତୁଳନା କରିବା ଉଚିତ୍ ନୁହେଁ। କିନ୍ତୁ ମୁଁ ବିରାଟଙ୍କ ଭଳି ହେବାକୁ ଚାହୁଁଛି। ଏଥିପାଇଁ ମୋତେ ଅଧିକ ପରିଶ୍ରମ କରିବାକୁ ପଡିବ ବୋଲି ବାବର କହିଛନ୍ତି। ଏହାସହ ଟେଷ୍ଟରେ ତ୍ରିଶତକ କରିବା ପାଇଁ ମଧ୍ୟ ସ୍ବପ୍ନ ଦେଖିଛନ୍ତି ବାବର।

Related posts

ଭାରତ- ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ମ୍ୟାଚର ବଦଳିଲା ସମୟ

Odisha Sports Bureau

ପିତା ହେବାକୁ ଯାଉଛନ୍ତି ଇଶାନ୍ତ ଶର୍ମା; ପତ୍ନୀ ପ୍ରତୀମା ସିଂ ଫଟୋ ସେୟାର କରି ପ୍ରଶଂସକଙ୍କୁ ଦେଇଛନ୍ତି ଖୁସି ଖବର

Odisha Sports Bureau

ଟିମ୍ ଇଣ୍ଡିଆରେ ବୈଭବଙ୍କୁ କାହିଁକି ମିଳିଲା ଅଲଗା ରୁମ୍ ?