Cricket

ଆଇପିଏଲ ୧୩: ସବୁଠୁ ଦାମୀ ବିଦେଶୀ ଖେଳାଳି ହେବାର ରେକର୍ଡ କରିଛନ୍ତି କୁମିନ୍ସ

(ଓଡ଼ିଶା ସ୍ପୋର୍ଡ଼ସ ): ଆଇପିଏଲର ୧୩ତମ ସଂସ୍କରଣ ପାଇଁ ଏଠାରେ ଗୁରୁବାର ଅନୁଷ୍ଠିତ ନିଲାମ ପ୍ରକ୍ରିୟାରେ ଅଷ୍ଟ୍ରେଲିଆର ପାଟ କୁମିନ୍ସ ସବୁଠୁ ଦାମୀ ବିଦେଶୀ ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ସର୍ବାଧିକ ୧୫.୫୦ କୋଟି ଟଙ୍କାରେ କୋଲକାତା ନାଇଟ ରାଇଡର୍ସ (କେକେଆର) କିଣିଛି। ସେ ଆଇପିଏଲ ଇତିହାସରେ ସବୁଠୁ ଦାମୀ ବିଦେଶୀ ଖେଳାଳି ହେବାର ରେକର୍ଡ କରିଛନ୍ତି। ନିଲାମ ପ୍ରକ୍ରିୟାରେ କୁମିନ୍ସ କିଣିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଦାମୀ ବିଦେଶୀ ଖେଳାଳିଙ୍କ ତାଲିକାରେ କୁମିନ୍ସଙ୍କ ପଛକୁ ରହିଛନ୍ତି ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସଓ୍ବେଲ। ଡାହାଣହାତୀ ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ କିଙ୍ଗ୍ସ ଏକାଦଶ ପଞ୍ଜାବ ୧୦.୭୫ କୋଟି ଓ ଦକ୍ଷିଣ ଆଫ୍ରିକାର କ୍ରିସ ମୋରିସଙ୍କୁ ୧୦ କୋଟି ଟଙ୍କାରେ ଆରସିବି ଦଳରେ ସାମିଲ କରିଛି । ରବିନ ଉଥପ୍ପାଙ୍କୁ ୩ କୋଟି ଟଙ୍କାରେ କିଣିଲା ରାଜସ୍ଥାନ ରୟାଲ୍ସ । ପୂର୍ବରୁ କେକେଆର ପାଇଁ ଖେଳି ଆସିଛନ୍ତି ରବିନ୍ । ଜେସନ ରୟଙ୍କୁ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ । ୧.୫୦ କୋଟି ଟଙ୍କାରେ ବିକ୍ରି ହେଲେ ଇଂଲଣ୍ଡର ଏହି ଖେଳାଳି । ଅଷ୍ଟ୍ରେଲିଆ ଖେଳାଳି ଆରୋନ ଫିଞ୍ଚଙ୍କୁ କିଣିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ୪.୪ କୋଟି ଟଙ୍କାରେ ଫିଞ୍ଚଙ୍କୁ କିଣିଲା ଆରସିବି । ପୁରୁଣା ଦଳକୁ ଫେରିଲେ ମ୍ୟାକ୍ସୱେଲ । ୧୦.୭୫ କୋଟି ଟଙ୍କାରେ ମ୍ୟାକ୍ସୱେଲଙ୍କୁ କିଣିଲା କିଙ୍ଗସ ଏକାଦଶ ପଞ୍ଜାବ । କ୍ରିସ ୱକ୍ସଙ୍କୁ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ । ୧.୫ କୋଟି ଟଙ୍କାରେ ଓକ୍ସଙ୍କୁ କିଣିଲା ଦିଲ୍ଲୀ, ଗତଥର ଆରସିବି ପକ୍ଷରୁ ଖେଳୁଥିଲେ ଓକ୍ସ । ଅଷ୍ଟ୍ରେଲିଆ ଦ୍ରୁତ ବୋଲର ପାଟ୍ କମିନ୍ସଙ୍କୁ ୧୫.୫ କୋଟିରେ କିଣିଲା କୋଲକାତା ନାଇଟ ରାଇଡର୍ସ । ଇଂଲଣ୍ଡର ଅଲରାଉଣ୍ଡର ସାମ କୁରାନଙ୍କୁ ୫.୫ କୋଟିରେ କିଣିଲା ଚେନ୍ନାଇ ସୁପର କିଙ୍ଗସ

Related posts

୩୪୫ରେ ଅଟକିଲା ଭାରତ

Odisha Sports Bureau

ଆଝାରୁଦ୍ଦିନଙ୍କ ୨୮ ବର୍ଷର ରେକର୍ଡ ଭାଙ୍ଗିଲେ କୋହଲି

Odisha Sports Bureau

ଆଜି ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ

Odisha Sports Bureau