Cricket

ସିନିୟର ମହିଳା ଟ୍ବେଣ୍ଟି-୨୦: ଭାରତୀୟ ଦଳରେ ସାମିଲ ହେଲ ୨ ଓଡ଼ିଆ

(ଓଡ଼ିଶା ସ୍ପୋର୍ଡ଼ସ ): କଟକରେ ୨୦୨୦ ଜାନୁୟାରୀ ୪ରୁ ୧୧ ପର୍ୟ୍ୟନ୍ତ ଖେଳାଯିବ ସିନିୟର ମହିଳା ଟ୍ବେଣ୍ଟି-୨୦ ଚ୍ୟାଲେଞ୍ଜର ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ । ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୩ଟି ଦଳ- ଭାରତ ‘ଏ’, ଭାରତ ‘ବି’ ଓ ଭାରତ ‘ସି’ ଦଳ ଖେଳିବେ। ଏହି ଟୁର୍ଣ୍ଣାମେଣ୍ଟ ଲାଗି ବିସିସିଆଇ ସୋମବାର ୩ଟିଯାକ ଦଳ ଘୋଷଣା କରିଛି। ଘରୋଇ ପଡ଼ିଆରେ ୨ ଜଣ ଓଡ଼ିଆ ଆନ୍ତର୍ଜାତିକ କ୍ରିକେଟର ସିନିୟର ମହିଳା ଟ୍ବେଣ୍ଟି-୨୦ ଚ୍ୟାଲେଞ୍ଜର ଟ୍ରଫି ଖେଳିବାର ସୁଯୋଗ ପାଇବେ। ଭାରତ ପାଇଁ ଖେଳିଥିବା ବଲାଙ୍ଗିରର ଓପ୍‌ନର ମାଧୁରୀ ମେହେଟ୍ଟାଙ୍କୁ ଭାରତ ‘ସି’ ବଦଳରେ‌ ସ୍ଥାନ ମିଳିଛି। ସେହିପରି ଯୁବ ପ୍ରତିଭାବାନ ଅଲ୍‌ରାଉଣ୍ଡର ଭୁବେଚ‌ନଶ୍ବରର ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ ଭାରତ ‘ବି’ ଦଳରେ ସ୍ଥାନ ପାଇଛନ୍ତି। ଉଭୟ ସୁଶ୍ରୀ ଓ ମାଧୁରୀଙ୍କୁ ଓସିଏର ସମ୍ପାଦକ ସଞ୍ଜୟ ବେହେରା ଅଭିନନ୍ଦନ ଜଣାଇଛନ୍ତି। ଘରୋଇ ପଡ଼ିଆରେ ଏହି ଟୁର୍ଣ୍ଣାମେଣ୍ଟରେ ଖେଳି ଭାରତୀୟ ସିନିୟର ଦଳରେ ସ୍ଥାନ ପାଇବା ଲାଗି ପ୍ରୟାସ କରିବେ। ଜାନୁୟାରୀ ୪ରୁ ବାରବାଟୀ ଷ୍ଟାଡିୟମ୍‌ରେ ପ୍ରତ୍ୟହ ଗୋଟିଏ ମ୍ୟାଚ୍ ଖେଳାଯିବ। ୧୧ରେ ଫାଇନାଲ ମ୍ୟାଚ୍ ଖେଳାଯିବ। ଦେଶର ସମସ୍ତ ପ୍ରମୁଖ ମହିଳା କ୍ରିକେଟର ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବେ। ହରମନପ୍ରୀତ କୌର ଭାରତ ‘ଏ’, ସ୍ମୃତି ମାନ୍ଧାନା ଭାରତ ‘ବି’ ଓ ବେଦା କୃଷ୍ଣମୂର୍ତ୍ତି ଭାରତ ‘ସି’ ଦଳର ନେତୃତ୍ବ ନେବେ।

Related posts

ଚେନ୍ନାଇ ସୁପର କିଙ୍ଗସକୁ ପୁଣି ଆଉ ଏକ ଝଟକା

Odisha Sports Bureau

ମହିଳା ଟ୍ବେଣ୍ଟି-୨୦, ଓଡ଼ିଶାର ଚତୁର୍ଥ ବିଜୟ

Odisha Sports Bureau

ଉଦଘାଟିତ ହୋଇଛି ଉଦଳା ପ୍ରିମିୟର ଲିଗ୍ ସିଜନ-୪

Odisha Sports Bureau