Football

ହିରୋ ଏଆଇଏଫ୍‌ଏଫ୍‌ ଏଲିଟ୍‌ ଲିଗ୍‌: ଓଡ଼ିଶାର ଅଭିଯାନ ଜାରି

(ଓଡ଼ିଶା ସ୍ପୋର୍ଟସ ): ଶନିବାର ଖେଳାଯାଇଥିବା ହିରୋ ଏଆଇଏଫ୍‌ଏଫ୍‌ ଏଲିଟ୍‌ ଲିଗ୍‌ରେ ଏକ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସିର ଯୁବ (୧୮ ବର୍ଷରୁ କମ୍‌) ଦଳ ୫-୩ ଗୋଲରେ କନ୍‌ସିଏଣ୍ଟ ଫୁଟ୍‌ବଲ ଦଳକୁ ପରାସ୍ତ କରିଛି। ଭାରତର ଶ୍ରେଷ୍ଠ ଫୁଟ୍‌ବଲ ଦଳ କନ୍‌ସିଏଣ୍ଟ ଫୁଟ୍‌ବଲ ବିପକ୍ଷରେ ଓଡ଼ିଶା ଏଫ୍‌ସି ପ୍ରଭାବ ବିସ୍ତାର କରି ଖେଳିଥିଲା। ବିଜୟୀ ଓଡ଼ିଶା ଏଫ୍‌ସି ପକ୍ଷରୁ ରିଷଭ ଡୋବ୍ରିୟାଲ ୨ଟି ଏବଂ ଅଖୁନ୍ନ ତ୍ୟାଗୀ, ପିୟୂଷ ଭଣ୍ଡାରୀ ଓ ରମସିମ କାଇଓ୍ବଙ୍ଗନାଓ ଗୋଟିଏ ଲେଖାଏ ଗୋଲସ୍କୋର କରିଥିଲେ।
ପ୍ରାରମ୍ଭରୁ ଓଡ଼ିଶା ଏଫ୍‌ସିର ୟୁଥ୍‌ ଦଳ ଅଗ୍ରଣୀ ହାସଲ କରିଥିଲା। ୧୮ତମ ମିନିଟ୍‌ରେ ତ୍ୟାଗୀଙ୍କ ଗୋଲ ବଳରେ ଓଡ଼ିଶା ୧-୦ ଗୋଲରେ ଅଗ୍ରଣୀ ଲାଭ କରିଥିଲା। ଏହାପରେ ପ୍ରଥମାର୍ଦ୍ଧର ଅନ୍ତିମ ମୁହୂର୍ତ୍ତରେ ଡୋବ୍ରିୟାଲ (୪୩ତମ) ଓଡ଼ିଶା ପାଇଁ ୨ୟ ଗୋଲ କରିଥିଲେ। ଦ୍ୱିତୀୟାର୍ଦ୍ଧର ଆରମ୍ଭରୁ ଡୋବ୍ରିୟାଲ ନିଜର ୨ୟ ଗୋଲ ଦେଇ ଦଳକୁ ୩-୦ରେ ଅଗ୍ରଣୀ କରାଇଥିଲେ। ତେବେ ୫ ମିନିଟ୍‌ ଅନ୍ତରରେ କନ୍‌ସିଏଣ୍ଟ ଫୁଟ୍‌ବଲ ଦଳ ୨ଟି ଗୋଲ ଦେଇ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲା। ଓଡ଼ିଶା ଏଫ୍‌ସି ଯୁବ ଦଳ ପକ୍ଷରୁ ପିୟୂଷ (୭୪ତମ) ଓ ରାମସିମ (୮୫ତମ) ୧୧ ମିନିଟ୍‌ ବ୍ୟବଧାନରେ ୨ଟି ଗୋଲ କରି ଦଳକୁ ୫-୨ରେ ଅଗ୍ରଣୀ କରାଇଥିଲେ। ମ୍ୟାଚ୍‌ର ନିର୍ଦ୍ଧାରିତ ସମୟସୀମା ଗୋଟିଏ ମିନିଟ ପୂର୍ବରୁ କନ୍‌ସିଏଣ୍ଟ ଫୁଟ୍‌ବଲ ଦଳର ଆର୍ୟ୍ୟାନ ସାହନି ମହାନ୍ତି ଗୋଟିଏ ଗୋଲସ୍କୋର କରି (୫-୩) ପରାଜୟ ବ୍ୟବଧାନକୁ କମାଇଥିଲେ। ଓଡ଼ିଶା ଏଫ୍‌ସି ଏହାର ପରବର୍ତ୍ତୀ ମ୍ୟାଚ୍‌ରେ ପଞ୍ଜାବ ଫୁଟ୍‌ବଲ କ୍ଲବକୁ ଜାନୁୟାରୀ ୯ରେ ଭେଟିବ।

Related posts

କଳିଙ୍ଗ ଷ୍ଟାଡିୟମରେ ସୁପର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ

Odisha Sports Bureau

ବେଙ୍ଗାଲୁରୁ ଓ କୋଲକାତାରେ ‘ମିଡିଆ ଡେ’ ଅନୁଷ୍ଠିତ

Odisha Sports Bureau

ଆଇଏସ୍‌ଏଲ୍‌ : ଆଜି ଚେନ୍ନାଇନ୍‌ ଏଫ୍‌ସି ଏଟିକେକୁ ଭେଟିବ

Odisha Sports Bureau