Cricket

କାଲିଠାରୁ ଆରମ୍ଭ ହେବ ଅଷ୍ଟ୍ରେଲିଆ-ଭାରତ ଏକଦିବସୀୟ ଶୃଙ୍ଖଳା ମ୍ୟାଚ

(ଓଡ଼ିଶା ସ୍ପୋର୍ଟସ ): ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ଚଳିତ ମାସରେ ଭାରତ ସହ ତିନି ଟିକିଆ ଏକଦିବସୀୟ ଶୃଙ୍ଖଳା ଖେଳିବ। ପ୍ରଥମ ମ୍ୟାଚ୍ ଆସନ୍ତା ୧୪ ତାରିଖ ଅର୍ଥାତ୍ ମଙ୍ଗଳବାର ମୁମ୍ବାଇଠାରେ ଖେଳାଯିବ। ଏହା ପରେ ୧୭ ତାରିଖରେ ଦ୍ବିତୀୟ ମୁକାବିଲା ରାଜକୋଟ ଏବଂ ୧୯ ତାରିଖରେ ତୃତୀୟ ତଥା ଶେଷ ମ୍ୟାଚ୍ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଅଷ୍ଟ୍ରେଲିଆ ଗତବର୍ଷ ଫେବ୍ରୁଆରିରେ ଭାରତ ଆସି ଦୁଇ ଟିକିଆ ଟ୍ବେଣ୍ଟି-୨୦ ଏବଂ ପାଞ୍ଚ ଟିକିଆ ଦିନିକିଆ ଶୃଙ୍ଖଳା ଖେଳିଥିଲା। କଙ୍ଗାରୁ ଦଳ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨-୦ରେ ଜିତି ନେଇଥିଲା। ଏହା ପରେ ଦିନିକିଆ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍ ହାରିଥିଲା। ତେବେ ଶେଷ ତିନିଟି ଦିନିକିଆରେ ହ୍ୟାଟ୍ରିକ୍ ବିଜୟ ହାସଲ କରି ଶୃଙ୍ଖଳାକୁ ୩-୨ରେ ଜିତି ନେଇଥିଲା। ବିଶ୍ବକପ୍ ଯିବା ପୂର୍ବରୁ ଭାରତୀୟ ଦଳର ଏହି ପରାଜୟ ପ୍ରଶଂସକଙ୍କୁ ବେଶ୍ ବାଧିଥିଲା। ଏଥର ଭାରତ ପାଖରେ ସେହି ପରାଜୟର ମଧୁର ପ୍ରତିଶୋଧ ନେବାର ସୁଯୋଗ ରହିବ। ମୋଟ ଉପରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୧୩୭ ଦିନିକିଆ ମ୍ୟାଚ୍ ଖେଳିଛି। ସେଥିମଧ୍ୟରୁ ମାତ୍ର ୫୦ ମ୍ୟାଚ୍ ଜିତିଥିଲା ବେଳେ ୭୭ ମ୍ୟାଚ୍ ହାରିଛି । ୧୦ ମ୍ୟାଚ୍‌ର ଫଳାଫଳ ମିଳିନାହିଁ।

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଶିଖର ଧାୱନ, ଲୋକେଶ ରାହୁଲ, ଶ୍ରେୟସ୍ ଆୟର, ମନୀଷ ପଣ୍ଡେ, କେଦାର ଯାଦବ, ଋଷବ ପନ୍ତ, ଶିଭମ ଦୁବେ, ରବୀନ୍ଦ୍ର ଜାଦେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ନଭଦୀପ ସୈନି, ଯଶପ୍ରୀତ ବୁମ୍‌ରା, ଶାର୍ଦୁଲ ଠାକୁର, ମହମ୍ମଦ ସାମି।

ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ୍ (ଅଧିନାୟକ), ଆଷ୍ଟନ୍ ଆଗର, ଆଲେକ୍ସ ‌କେରି (ଉପଅଧିନାୟକ), ପ୍ୟାଟ୍ କମିନ୍ସ, ପିଟର ହ୍ୟାଣ୍ଡ୍ସକମ୍ବ, ଜୋସ୍ ହାଜେଲଉଡ୍, ମାର୍ନସ ଲବୁସାନେ, କେନ୍ ରିଚାର୍ଡସନ୍, ଡାର୍କି ସଟ୍, ଷ୍ଟିଭ୍ ସ୍ମିଥ୍, ମିଚେଲ ଷ୍ଟାର୍କ, ଆଷ୍ଟନ ଟର୍ନର, ଡେଭିଡ୍ ୱାର୍ନର, ଆଦାମ ଜାମ୍ପା।

Related posts

ଆଜି ମୁହାଁମୁହିଁ ହେବେ ଗୁଜୁଗୁରାଟ ଟାଇଟନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ

Odisha Sports Bureau

ନ୍ୟୁଜିଲ୍ୟାଣ୍ଡ ଦଳ ଅଲଆଉଟ, ଭାରତ ଆଗରେ ୨୪୪ ରନ୍ ର ବିଜୟ ଲକ୍ଷ୍ୟ

Odisha Sports Bureau

୨୦୨୬ ଟି-୨୦ ବିଶ୍ୱକପରେ ଇତିହାସ ରଚିଛି ଜିମ୍ବାୱେ

Odisha Sports Bureau