Cricket

ଆଜି ମୁହାଁମୁହିଁ ହେବେ ଗୁଜୁଗୁରାଟ ଟାଇଟନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ : ଧୁମଧାମରେ ପାଳିତ ହେଉଛି ଆଇପିଏଲ୍ ପର୍ବ । ଆଜି ଖେଳାଯିବ ୧୭ତମ ସସ୍କରଣର ୪୦ ତମ ମ୍ୟଚ । ଆଉ ଏହି ମ୍ୟାଚରେ ମୁହାଁମୁହିଁ ହେବେ ଗୁଜୁଗୁରାଟ ଟାଇଟନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ ରେ ରାତି ୭ଟା ୩୦ ମିନିଟ ରେ ଖେଳାଯିବ ଏହି ମୁକାବିଲା । ବର୍ତ୍ତମାନ ସୁଦ୍ଧା ଗୁଜୁଗୁରାଟ ଟାଇଟନ୍ସ ୮ଟି ମୁକାବିଲା ଖେଳିସାରିଛି । ଯେଉଁ ଥିରୁ ୪ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାଜୟର ସାମ୍ନା କରିଛି । ମୋଟ ୮ ଅଙ୍କ ସହ ପଏଣ୍ଟ ଟେବୁଲ ର ୬ଷ୍ଠ ସ୍ଥାନରେ ରହିଛି । ଦଳ ଉଭୟ ବ୍ୟାଟିଂ ଏବଂ ବୋଲିଂ ରେ ସନ୍ତୁଳିତ ପ୍ରଦର୍ଶନ କରୁଛି । ହେଲେ ଟିମ୍କୁ ପ୍ଲେ- ଅପ୍କୁ ଯିବାକୁ ହେଲେ ଆଗାମୀ ସମସ୍ତ ମ୍ୟାଚ ରେ ବିଜୟୀ ହେବାକୁପଡିବ । ତେଣୁ ଦେଖାଯାଉ ଆଜିର ମ୍ୟାଚ ଗିଲ୍ ବାହିନୀ କିପରି ଷ୍ଟ୍ରାଟେଜୀ ଆପଣାଉଛି । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଏବେ ଯାଏଁ ୮ଟି ମ୍ୟାଚ୍ ଖେଳି ସାରିଛି । ଯେଉଁଥିରେ ମାତ୍ର ୩ଟିରେ ବିଜୟୀ ହୋଇଥିବା ବେଳେ ୫ଟି ପରାଜୟର ସାମ୍ନା କରିଛି । ମୋଟ ୬ ଅଙ୍କ ସହ ପଏଣ୍ଟ ଟେବୁଲର ୮ମ ସ୍ଥାନରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦଳରେ ଅନେକ ଷ୍ଟାର ବ୍ୟାଟର ଥିଲେ ମଧ୍ୟ ବୋଲିଂ ବିଭାଗରେ ଦୁର୍ବଳତା ରହିଛି । ସ୍ପିନରଙ୍କ ଛାଡି ପେସର ଠିକଣା ସମୟରେ ଭଲ ପ୍ରଦର୍ଶନ କରିପାରୁ ନାହାନ୍ତି । ଯାହାକି ଟିମ୍ ପାଇଁ ବୁମେରାଂ ସାବ୍ୟସ୍ତ ହେଉଛି । ଆଉ ଟିମ୍ ଜିତିଜିବା କୁଥିବା ମ୍ୟାଚ ପରାଜୟର ସାମ୍ନା କରୁଛି ।

Related posts

ଓଡିଶା କ୍ରିକେଟର ନୂଆ କୋଚ ହେଲେ କ୍ରିକେଟର ତଥା କୋଚ ସୁରେନ୍ଦ୍ର ଭାବେ

Odisha Sports Bureau

ଶ୍ରୀଲଙ୍କା ପୂର୍ବତନ କ୍ରିକେଟର ଧାମିକା ନିରୋଶନଙ୍କୁ ହତ୍ୟା

ମୁମ୍ବାଇ ଇଣ୍ଡିଆନ୍ସର ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ଆଗାମୀ ଆଇପିଏଲ୍‌ ସଂସ୍କରଣରେ ଖେଳିବା ନେଇ ଆଶଙ୍କା

Odisha Sports Bureau