More Sports

ଅଷ୍ଟ୍ରେଲିଆ ଓପନ ଦ୍ୱିତୀୟ ପର୍ଯ୍ୟାରେ ସେରେନା ଓ ଓସାକା

(ଓଡିଶାସ୍ପୋର୍ଟସ ): ଅଷ୍ଟ୍ରେଲିଆ ଓପନ ଟୁର୍ଣ୍ଣାମେଣ୍ଟରେ ସେରେନା ୱିଲିୟମ୍ସ ଭଲ ପ୍ରଦର୍ଶନ ଆରମ୍ଭ କରିଛନ୍ତି । ସେହିପରି ଗତ ଚମ୍ପିଆନ ନାଓମି ଓସାକା ମଧ୍ୟ ବିଜୟ ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେରେନା ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ଧୁଆାରେ ବିପଦପୂର୍ଣ୍ଣ ପରିବେଶରେ ଆରମ୍ଭ ହୋଇଥିବା ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟରେ ଋଷର ଏନସ୍ତସିଆ ପୋଟାପୋବାଙ୍କ ବିପକ୍ଷରେ ପ୍ରଥମ ସେଟ୍ ୧୯ ମିନିଟରେ ଜିତିଛନ୍ତି, କେବଳ ୫୮ ମିନିଟରେ ୬-୦,୬-୩ରେ ମ୍ୟାଚକୁ ନିଜ ନାମରେ କରିଛନ୍ତି । ଓସାକା ମଧ୍ୟ ଚେକ୍ ଗଣରାଜ୍ୟର ମେରୀ ବୋଜକୋଭାଙ୍କୁ ୮୦ ମିନିଟ୍ ରେ ୬-୨, ୬-୪ରେ ବିଜୟୀ ହୋଇଛନ୍ତି । ସେରେନାଙ୍କ ସାଙ୍ଗ କାରୋଲିନା ଭୋଜନୀୟାକି ମଧ୍ୟ ସିଧାସଳଖ ସେଟରେ ବିଜୟ ହାସଲ କରି ।ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ କରିନେଇଛନ୍ତି । ଡେନମାର୍କର ଏହି ଖେଳାଳୀ ଆମେରିକାର କ୍ରିଷ୍ଟି ଏନ୍ଙ୍କୁ ୬-୧, ୬-୩ରେ ପରାସ୍ତ କରିଛି । ପୁରୁଷ ବର୍ଗରେ କାନାଡାର ଯୁବା ଷ୍ଟାର ୧୩ତମ ସ୍ଥାନରେ ଥିବା ଡେନିସ ଶାପୋଭାଲୋବଙ୍କୁ ପ୍ରଥମ ମ୍ୟାଚରୁ ହିଁ ବାହାରର ରାସ୍ତା ଦେଖିବାକୁ ପଡିଛି । ତାଙ୍କୁ ହଙ୍ଗେରିର ମାର୍ଟିନ ଫୁକସୋଭୀକ୍ସି ୬-୩,୬-୧, (୭/୯),୬-୧, ୭-୬(୭/୩)ରେ ପରାସ୍ତ କରିଛନ୍ତି । ଇଟାଲିର ୮ନଂରେ ଥିବା ମାର୍ଟିନ ବେରେଟିନ ଏବଂ ଆର୍ଜେଣ୍ଟିନାର ୨୨ତମ ସ୍ଥାନରେ ଥିବା ଗୁଇଡୋ ପେଲା ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚି ଯାଇଛନ୍ତି, କିନ୍ତୁ କ୍ରୋଏସିଆର ୨୫ତମ ସ୍ଥାନରେ ଥିବା ବୋର୍ନା କୋରିଚଙ୍କ ଏହି ଠାରେ ସଫର ଶେଷ ହୋଇଯାଇଛି ।

ବେରେଟିନି ଅଷ୍ଟ୍ରେଲିଆର ଏଣ୍ଡ୍ରୟୁ ହେରିସ୍ଙ୍କୁ ୬-୩, ୬-୧, ୬-୩ ରେ ଯେତେବେଳେ କି ମଧ୍ୟ ସ୍ଥାନୀୟ ଖେଳାଳୀ ଜନ ପେଟ୍ରିକ୍ ସ୍ମିଥ ୬-୩, ୭-୫, ୬-୪ରେ ପରାସ୍ତ କରିଛନ୍ତି , ଯେତେବେଳେ କି ଗୌରବ ପ୍ରାପ୍ତ ଆମେରିକା ସେମ୍ କ୍ୱିରୀ କୋରୀଚଙ୍କୁ ୬-୩, ୬-୪, ୬-୪ରେ ପରାସ୍ତ କରିଛନ୍ତି ।

Related posts

ତିନିମାସ ପରେ ଆରମ୍ଭ ହେବ ଟୋକିଓ ଅଲିମ୍ପିକ୍ ଫ୍ଲାସ୍ ଲାଇଟ୍ ରିଲେ

Odisha Sports Bureau

ଟୋକିଓ ଅଲିମ୍ପିକ୍ସ: ଇଲାଭେନିଲ, ଆନିଶଙ୍କ ସମେତ ୩୪ ସୁଟର ସମ୍ଭାବ୍ୟ କୋର ଗ୍ରୁପରେ ସ୍ଥାନିତ

ମାଷ୍ଟର ଗେମ୍ସ ୨୦୧୯ରେ ପାର୍ବତୀଙ୍କୁ ରୋପ୍ୟ

Odisha Sports Bureau