More Sports

ନେସନାଲ୍ ଚମ୍ପିଆନଶିପରେ ସ୍ୱର୍ଣ୍ଣ ଜିତିଲେ ମୀରାବାଇ

(ଓଡିଶା ସ୍ପୋର୍ଟସ): ପୂର୍ବ ବିଶ୍ୱ ଚମ୍ପଆନ ମୀରାବାଇ ଚାନୁଙ୍କୁ ରାଷ୍ଟ୍ରିୟ ଭାରତ୍ତୋଳନ ଚମ୍ପିଆନଶିପର ୪୬କିଗ୍ରା ବର୍ଗରେ ୨୦୩ ଓଜନ ଉଠାଇ ନିଜର ରାଷ୍ଟ୍ରିୟ ରେକର୍ଡ ଭାଙ୍ଗି ସ୍ୱର୍ଣ୍ଣ ପଦକ ହାସଲ କରଇଛନ୍ତି । ମଣିପୁରର ଏହି ୨୫ ବର୍ଷିୟ ଖେଳାଳି ସ୍ନାଚ୍ ରେ ନିଜର ଦ୍ୱିତୀୟ ପ୍ରୟାସରେ ୮୭କିଗ୍ରା ଓଜନ ଉଠାଇଛନ୍ତି, ଯେତେବେଳେ କି କ୍ଲିନ୍ ଏବଂ ଜର୍କରେ ୧୧୫ କିଗ୍ରା ସହିତ ସେ ପ୍ରାୟ ୨୦୩ କିଗ୍ରା ଓଜନ ଉଠାଇଛନ୍ତି । ଏହି ପ୍ରୟାସ ସହିତ ବିଶ୍ୱ ରାଙ୍କିଙ୍ଗରେ ମୀରାବାଇ ଚିନର ଜିଆଙ୍ଗ ହୁଇହୁଆ(୨୧୨କିଗ୍ରା) ଏବଂ ହାଊ ଝିହୁଇ(୨୧୧ କିଗ୍ରା), କୋରିଆର ରୀ ସୋଙ୍ଗ୍ ଗୂମ୍ (୨୦୯ କିଗ୍ରା)ଙ୍କ ପରେ ଚତୁର୍ଥ ସ୍ଥାନରେ ପହଞ୍ଚିଯାଇଛନ୍ତି । ଏହା ପୁର୍ବରୁ ମୀରାବାଇଙ୍କ ରାଷ୍ଟ୍ରିୟ ରେକର୍ଡ ୨୦୧କିଗ୍ରା ଥିଲା, ଯାହା ସେ ଗତ ବର୍ଷ ସେପ୍ଟେମ୍ବର ମାସରେ ଥାଇଲାଣ୍ଡରେ ହୋଇଥିବା ବିଶ୍ୱ ଚମ୍ପିଆନଶିପ୍ରେ କରି ଚତୁର୍ଥ ସ୍ଥାନରେ ରହିଥିଲେ ।

Related posts

ଅଶ୍ୱ ଚାଳନାରେ ବ୍ରୋଞ୍ଜ ପଦକ ହାସଲ କଲା ଭାରତ; ଅନୁଷ୍ ଅଗରୱାଲ ବ୍ୟକ୍ତିଗତ ପ୍ରତିଯୋଗିତାରେ ଜିତିଲେ ପଦକ

Odisha Sports Bureau

ରାଜ୍ୟ ଓପନ୍‌ ବ୍ଲିଜ୍‌ ଚେସ୍‌ ପ୍ରତିଯୋଗିତା 

Odisha Sports Bureau

ଭାରତର ୧୯ ବର୍ଷୀୟ ବୈଶାଳୀ ପୂର୍ବତନ ବିଶ୍ୱ ଚାମ୍ପିୟନ ଷ୍ଟିଫାନୋଭାଙ୍କୁ ପରାସ୍ତ କରିଛନ୍ତି