More Sports

ଟେନିସକୁ ବାଏ କହିଲେ ଶାରାପୋଭା

(ଓଡ଼ିଶା ସ୍ପୋର୍ଟ): ବୁଧବାର ଟେନିସକୁ ପାଞ୍ଚଥରର ଗ୍ରାଣ୍ଡସ୍ଲାମ୍ ବିଜେତା ମାରିଆ ଶାରାପୋଭା ଗୁଡବାଏ କହିଛନ୍ତି । ବିଶ୍ୱର ଅନ୍ୟତମ ଚର୍ଚ୍ଚିତ ମହିଳା ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ ଶାରାପୋଭା ଭୋଗ୍ ଏବଂ ଭ୍ୟାନିଟି ଫେୟାର୍ ପତ୍ରିକା ପକ୍ଷରୁ ଏକ ଆର୍ଟିକଲରେ କହିଛନ୍ତି, ମୁଁ ଟେନିସକୁ ଗୁଡବାଏ କହୁଛି।
ରୁଷୀୟ ସୁନ୍ଦରୀ ୨୦୦୪ରେ ମାତ୍ର ୧୭ ବର୍ଷ ବୟସରେ ସେରେନା ଓ୍ବିଲିୟମ୍ସଙ୍କୁ ହରାଇ ଓ୍ବିମ୍ବେଲଡନ ଟାଇଟଲ୍ ଜିତି ବିଶ୍ୱ ଟେନିସରେ ଚର୍ଚ୍ଚାର ପରିଧିକୁ ଆସିଥିଲେ। ଏହାପରେ ୨୦୧୨ରେ ସେ ଫ୍ରେଞ୍ଚ୍ ଓପନ୍ରେ ଚାମ୍ପିୟନ ହୋଇ କ୍ୟାରିୟରସ୍ଲାମ ପୂରଣ କରିଥିଲେ। ୨୦୧୬ରେ ଡୋପ୍ ଟେଷ୍ଟରେ ବିଫଳ ହୋଇ ୧୫ ମାସ ପାଇଁ ଟେନିସରୁ ବାସନ୍ଦ ହେବା ପୂର୍ବରୁ ବିଶ୍ୱର ଏହି ପୂର୍ବତନ ଏକ ନମ୍ବର ଖେଳାଳି ମୋଟ୍ ୫ ଗ୍ରାଣ୍ଡସ୍ଲାମ ଟ୍ରଫି ଜିତି ସାରିଥିଲେ। ୩୨ ବର୍ଷୀୟା ଏହି ଟେନିସ ଗ୍ଲାମର ଗର୍ଲ ଏହାପରେ ଟେନିସକୁ ୨୦୧୭ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ କାନ୍ଧରେ ଆଘାତଜନିତ ସମସ୍ୟା ପାଇଁ ବେଶ୍ ସଂଘର୍ଷ କରିଥିଲେ। ଯାହାକି ତାଙ୍କ ପ୍ରଦର୍ଶନରେ ପ୍ରଭାବ ପକାଇଥିଲା। ଗତବର୍ଷ ସେ ଓ୍ବିମ୍ବେଲଡନ, ୟୁଏସ୍ ଓପନ୍ ଓ ନିକଟରେ ଅଷ୍ଟ୍ରେଲିଆନ୍ ଓପନ୍ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ବିଶ୍ୱ ମହିଳା ସିଙ୍ଗଲ୍ସ ର଼୍ୟାଙ୍କିଙ୍ଗ୍ରେ ସେ ବର୍ତ୍ତମାନ ୩୭୩ତମ ସ୍ଥାନରେ ରହିଛନ୍ତି।ତେବେ ଲଗାତର ଖରାପ ପ୍ରଦର୍ଶନ କାରଣରୁ ଶାରାପୋଭା ଟେନିସରୁ ସନ୍ନ୍ୟାସ ନେବାକୁ ବାଧ୍ୟ ହୋଇଛନ୍ତି।

Related posts

ରୌପ୍ୟ ପଦକ ହାସଲ କଲେ ନୀରଜ ଚୋପ୍ରା

Odisha Sports Bureau

ଜାତୀୟ ମାଷ୍ଟର୍ସ ଶକ୍ତି ଉତ୍ତୋଳନ ପାଇଁ ଓଡ଼ିଶା ଦଳ ଘୋଷିତ

ସ୍ପ୍ରିଣ୍ଟ ଦୌଡ଼ରେ ଭାରତର ଜେହାନ ଦାରୁୱାଲା ଚତୁର୍ଥ ସ୍ଥାନରେ

Odisha Sports Bureau