More Sports

ମେକ୍ସିକୋ ଓପନ୍: କ୍ୱାଟର ଫାଇନାଲରେ ରାଫେଲ୍

(ଓଡିଶା ସ୍ପୋର୍ଟସ): ବିଶ୍ୱର ଦୁଇ ନଂ ସ୍ଥାନରେ ଥିବା ଖେଳାଳି ରାଫେଲ ନାଡାଲ୍ ସର୍ବିଆର ଯୁବା ଖେଳାଳି ମିୟୋମିର କେସମୋନଭିଚଙ୍କୁ ପରାସ୍ତ କରି ଏଟିପି ମେକ୍ସିକୋ ଓପନ ଟୁର୍ଣ୍ଣାମେଣ୍ଟର କ୍ୱାଟର ଫାଇନାଲରେ ପ୍ରବେଶ କରିନେଇଛନ୍ତି । ସ୍ପେନିଶ ଖେଳାଳି ୨୦ ୱିନର ଲଗାଇ ପୁନର୍ବାର ଶୀର୍ଷ ର୍ୟାଙ୍କିଙ୍ଗ ହାସଲ କରିବାରେ ନିଜ ଆଶା ଉପରେ ଜୀବନ୍ତ ରଖିଚି । ସେ ଅକାପୁକ୍ଲୋ ହାଡେକୋର୍ଟ ଟୁର୍ଣ୍ଣାମେଣ୍ଟରେ ୨୦ ବର୍ଷିୟ କେସମେନୋଭିଚଙ୍କୁ ୬-୨, ୭-୫ ରେ ପରାସ୍ତ କରିଛି । ନାଡାଲଙ୍କ ପରବର୍ତ୍ତି ମୁକାବିଲା ଦକ୍ଷିଣ କୋରିୟାର କୋୟୋନ ସୁନ ଭୁଙ୍କ ସହିତ ହେବ, ଯେ କି ଅଷ୍ଟମ ସ୍ଥାନରେ ଥିବା ଡୁସାନ ଲାଜୋବିଚଙ୍କୁ ୭-୬(୭/୨), ୬-୦ରେ ପରାସ୍ତ କରିଛନ୍ତି । କ୍ୱାଟର ଫାଇନାଲର ଅନ୍ୟ ମୁକାବିଲାରେ ଷ୍ଟେନ ବାବାରିଙ୍କାଙ୍କ ଗ୍ରିଗୋର ଦିମିତ୍ରୋଭଙ୍କ ସହିତ, ଟେଲର ଫ୍ରିଟଜ କାଇଲ ଏଡମଣ୍ଡଙ୍କ ସହିତ ଏବଂ ପଞ୍ଚମ ସ୍ଥାନରେ ଥିବା ଜାଁନ ଇସନରଙ୍କ କ୍ୱାଲିଫାୟାର ଟାଁମି ପାଁଲଙ୍କ ସହିତ ହେବ ।

Related posts

୬୯ତମ ଜାତୀୟ ବରିଷ୍ଠ ବାସ୍କେଟ୍ ବଲ ଚାମ୍ପିୟନ୍ସିପ, ଗଞାମର ୨ ଖେଳାଳି ମନୋନୀତ

Odisha Sports Bureau

ଜାଭଲିନ୍ ଥ୍ରୋରେ ଡାଇମଣ୍ଡ ଜିତିଲେ ନୀରଜ ଚୋପ୍ରା

Odisha Sports Bureau

ରୌପ୍ୟ ପଦକ ହାସଲ କଲେ ନୀରଜ ଚୋପ୍ରା

Odisha Sports Bureau