More Sports

ମେକ୍ସିକୋ ଓପନ୍: କ୍ୱାଟର ଫାଇନାଲରେ ରାଫେଲ୍

(ଓଡିଶା ସ୍ପୋର୍ଟସ): ବିଶ୍ୱର ଦୁଇ ନଂ ସ୍ଥାନରେ ଥିବା ଖେଳାଳି ରାଫେଲ ନାଡାଲ୍ ସର୍ବିଆର ଯୁବା ଖେଳାଳି ମିୟୋମିର କେସମୋନଭିଚଙ୍କୁ ପରାସ୍ତ କରି ଏଟିପି ମେକ୍ସିକୋ ଓପନ ଟୁର୍ଣ୍ଣାମେଣ୍ଟର କ୍ୱାଟର ଫାଇନାଲରେ ପ୍ରବେଶ କରିନେଇଛନ୍ତି । ସ୍ପେନିଶ ଖେଳାଳି ୨୦ ୱିନର ଲଗାଇ ପୁନର୍ବାର ଶୀର୍ଷ ର୍ୟାଙ୍କିଙ୍ଗ ହାସଲ କରିବାରେ ନିଜ ଆଶା ଉପରେ ଜୀବନ୍ତ ରଖିଚି । ସେ ଅକାପୁକ୍ଲୋ ହାଡେକୋର୍ଟ ଟୁର୍ଣ୍ଣାମେଣ୍ଟରେ ୨୦ ବର୍ଷିୟ କେସମେନୋଭିଚଙ୍କୁ ୬-୨, ୭-୫ ରେ ପରାସ୍ତ କରିଛି । ନାଡାଲଙ୍କ ପରବର୍ତ୍ତି ମୁକାବିଲା ଦକ୍ଷିଣ କୋରିୟାର କୋୟୋନ ସୁନ ଭୁଙ୍କ ସହିତ ହେବ, ଯେ କି ଅଷ୍ଟମ ସ୍ଥାନରେ ଥିବା ଡୁସାନ ଲାଜୋବିଚଙ୍କୁ ୭-୬(୭/୨), ୬-୦ରେ ପରାସ୍ତ କରିଛନ୍ତି । କ୍ୱାଟର ଫାଇନାଲର ଅନ୍ୟ ମୁକାବିଲାରେ ଷ୍ଟେନ ବାବାରିଙ୍କାଙ୍କ ଗ୍ରିଗୋର ଦିମିତ୍ରୋଭଙ୍କ ସହିତ, ଟେଲର ଫ୍ରିଟଜ କାଇଲ ଏଡମଣ୍ଡଙ୍କ ସହିତ ଏବଂ ପଞ୍ଚମ ସ୍ଥାନରେ ଥିବା ଜାଁନ ଇସନରଙ୍କ କ୍ୱାଲିଫାୟାର ଟାଁମି ପାଁଲଙ୍କ ସହିତ ହେବ ।

Related posts

୪୫ କେଜି ବର୍ଗ ଭାରୋତ୍ତୋଳନରେ ବ୍ରୋଞ୍ଜ ପଦକ ହାସଲ କଲେ ଝିଲ୍ଲୀ ଦଳବେହେରା

Odisha Sports Bureau

ବର୍ମିଂହାମ ରାଷ୍ଟ୍ରମଣ୍ଡଳ ଖେଳର ନୂଆ ନିୟମ ଉଡାଇଲା ନିଦ

Odisha Sports Bureau

ମୀରାବାଇ ଚାନୁଙ୍କୁ ବଡ଼ ଝଟକା

Odisha Sports Bureau