Football

କତର ବିପକ୍ଷରେ ଫିଫା କ୍ୱାଲିଫାୟାର

(ଓଡିଶା ସ୍ପୋର୍ଟସ): ଭାରତୀୟ ଫୁଟବଲ ଟିମ୍ କତର ତରଫରୁ ଫିଫା ୨୦୨୦ ୱାର୍ଲ କପ୍ କ୍ୱାଲିଫାୟାର ମୁକାବିଲା ପାଇଁ ଲାଗିବାକୁ ଥିବା ୧୮ ଦିନିଆ କ୍ୟାମ୍ପ୍ ପାଇଁ ଡେଫେଣ୍ଡର ସନ୍ଦେଶ ଝିଙ୍ଗନ ଏବଂ ଷ୍ଟାଇକର ଜେଜେ ଲାଲପେଖଲୁଆଙ୍କୁ ସାମିଲ କରାଯାଇଛି । କତର ବିପକ୍ଷରେ ଏହି ମୁକାବିଲା ୨୬ ମାର୍ଚ୍ଚକୁ ଭୁବନେଶ୍ୱରରେ ଖେଳାଯିବ । ଝିଙ୍ଗନ ୬ମାସ ପୂର୍ବରୁ ଆଣ୍ଠୁରେ କ୍ଷତ କାରଣରୁ ମ୍ୟାଚରୁ ଦୁରେଇ ରହିଥିଲେ, ଯେତେବେଳେ କି ଗତ ବର୍ଷ ଜୁନ ମାସରେ ଜେଜେ ଆଣ୍ଠୁ କ୍ଷତ କରଣରୁ ମ୍ୟାଚରୁ ବାଦ ପଡିଥିଲେ । ଭୁବନେଶ୍ୱରରେ ୯ମାର୍ଚ୍ଚରୁ ଆରମ୍ଭ ହେବାକୁଥିବା ଟ୍ରେନିଙ୍ଗ୍ କ୍ୟାମ୍ପର ପ୍ରଥମ ଚରଣ ପାଇଁ ୨୩ ଜଣ ଖେଳାଳିଙ୍କୁ ଡକାଯାଇଛି, ଯେତେବେଳେ କି ୨୦ ଅନ୍ୟ ଖେଳାଳି ଆଇଏସ୍ଏଲର ସେମିଫାଇନାଲ୍ ଖେଳିବା ପରେ ୧୬ ମାର୍ଚ୍ଚରେ ଶିବିରରେ ମିଶିବେ ।

Related posts

ନ୍ୟୁଜିଲାଣ୍ଡର ଐତିହାସିକ ବିଜୟ

ବିଶ୍ୱ ପ୍ରସିଦ୍ଧ ଫୁଟବଲ୍ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋଙ୍କର ସରିଲା ନିର୍ବନ୍ଧ

Odisha Sports Bureau

ଇଂରାଜୀ ପ୍ରିମିୟର ଲିଗ୍: ମଞ୍ଚେଷ୍ଟର ୟୁନାଇଟେଡକୁ ପରାସ୍ତ କରି ଏଫ୍ କପ୍ ଫାଇନାଲରେ ଚେଲ୍ସ

Odisha Sports Bureau