Cricket

ଖେଳାଯିବ ଇରାନୀ କପ

(ଓଡିଶା ସ୍ପୋର୍ଟ): କରୋନା ଭାଇରସ ଯୋଗୁ ଆଇପିଏଲର ୧୩ତମ ସଂସ୍କରଣକୁ ଏପ୍ରିଲ ୧୫ ତାରିଖକୁ ଘୁଞ୍ଚାଇ ଦେଇଥିବାବେଳେ ଭାରତ-ଦକ୍ଷିଣ ଆଫ୍ରିକା ସିରିଜ୍କୁ ବାତିଲ କରି ଦେଇଛି ବିସିସିଆଇ। କିନ୍ତୁ ରଣଜୀ ଚାମ୍ପିୟନ ଓ ଅବଶିଷ୍ଟ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଇରାନୀ କପ୍ ଖେଳାଯିବ ବୋଲି ସ୍ପଷ୍ଟ କରାଯାଇଛି। ବେଙ୍ଗଲକୁ ହରାଇ ପ୍ରଥମ ଥର ପାଇଁ ରଣଜୀ ଚାମ୍ପିୟନ ହୋଇଥିବା ସୌରାଷ୍ଟ୍ର ଓ ଅବଶିଷ୍ଟ ଭାରତୀୟ ଦଳ ମଧ୍ୟରେ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ (ଏସ୍ସିଏ) ଷ୍ଟାଡିୟମରେ ଚଳିତ ମାସ ୧୮ରୁ ୨୨ ତାରିଖରେ ଇରନୀ କପ୍ ଅନୁଷ୍ଠିତ ହେବ। ତେବେ ଏହି ମ୍ୟାଚ୍ ରୁଦ୍ଧ ଷ୍ଟାଡିୟମରେ ଖେଳାଯିବ। କୌଣସି ଫ୍ୟାନଙ୍କୁ ଷ୍ଟାଡିୟମରେ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ବିସିସିଆଇର କ୍ରିକେଟର ଅପରେଶନର ସାଧାରଣ ସମ୍ପାଦକ ସବା କରିମ କହିଛନ୍ତି। ଗତ କିଛି ଦିନ ବହୁ ଅନ୍ତର୍ଜାତୀୟ ଓ ଜାତୀୟ ଇଭେଣ୍ଟ କରୋନା ଭାଇରସ ଯୋଗୁ ବାତିଲ ହୋଇଯାଇଛି କିମ୍ବା ରୁଦ୍ଧ ଷ୍ଟାଡିୟମରେ ଖେଳାଯାଉଛି।

Related posts

ଆଇସିସି ଓ ବିସିବି ବିବାଦରେକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛି ଶ୍ରୀଲଙ୍କା ।

Odisha Sports Bureau

ସଚିନଙ୍କ ରେକର୍ଡ ବ୍ରେକ କରିବେ କି ଗିଲ

Odisha Sports Bureau

ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ

Odisha Sports Bureau