Football

କରୋନାରେ ସ୍ପେନର ଯୁବ ଫୁଟବଲ କୋଚଙ୍କ ମୃତ୍ୟୁ

(ଓଡ଼ିଶା ସ୍ପୋର୍ଟ): ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗି ପଡ଼ିଛି। କରୋନା ଭାଇରସ ଅନେକ ଦେଶର ରାଜନେତା ଓ ଖେଳାଳିଙ୍କୁ ମଧ୍ୟ ଛାଡ଼ି ନାହିଁ । ୟୁରୋପରେ କରୋନା ନେଇ ବିପଦପୂର୍ଣ୍ଣ ସମୟ ଆସିଛି। ସମଗ୍ର ବିଶ୍ୱରେ ଏଯାଏଁ ୭୦୦୦ ଲୋକଙ୍କ ମୃତ୍ୟୁ ହୋଇସାରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଇଟାଲୀରେ ୩୪୯ ଓ ସ୍ପେନରେ ୧୦୦ ଜଣଙ୍କ ମୃତ୍ୟୁ ହୋଇଛି। ଏହାରି ମଧ୍ୟରେ କରୋନାରେ ସ୍ପେନର ଯୁବ ଫୁଟବଲ କୋଚ ଫ୍ରାନ୍ସସ୍କୋ ଗ୍ରାସିଆ ଏହି ଭାଇରସ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଛି। ଏଥଲିଟକୋ ପୋର୍ଟାଡା କ୍ଲବରେ ଗ୍ରାସିଆ କୋଚ ଥିଲେ। ସେ ୨୧ ବର୍ଷ ବୟସର ଥିଲେ। ସେ କ୍ୟାନସର ରୋଗରେ ମଧ୍ୟ ପିଡିତ ଥିଲେ। ଏହାରି ମଧ୍ୟରେ ତାଙ୍କୁ କରୋନା ଭାଇରସ ଛୁଇଁଥିଲା। ପୂର୍ବରୁ ରୋଗୀ ଥିବାରୁ ତାଙ୍କର ରୋଗ ପ୍ରତିଷେଧକ କ୍ଷମତା ହ୍ରାସ ପାଇସାରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା।

Related posts

ଓଡ଼ିଶା୧୭ମହିଳା ଫୁଟବଲ ଦଳ ହିମାଚଳପ୍ରଦେଶ କୁ ହରାଇ ବିଜୟୀ

Odisha Sports Bureau

ମରକ୍କୋ ହାରିବାକୁ ଗ୍ରହଣ କରୁନାହାନ୍ତି ଫ୍ୟାନ୍ସ, ଗଣ୍ଡୋଗୋଳ ସହ ପୋଡାଜଳା

Odisha Sports Bureau

ଲେବାନନ୍କୁ ହରାଇ ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଜିତିଲା ଭାରତ; ୧ କୋଟି ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ