Cricket

ହିନ୍ଦୀରେ ଟ୍ୱିଟ କରି ଫ୍ୟାନଙ୍କ ଦୃଦୟ ଜିତିଲେ କେଭିନ ପିଟରସେନ

(ଓଡ଼ିଶା ସ୍ପୋର୍ଡ଼ସ ): ଚୀନ୍‌ର ୱୁହାନ ସହରରୁ ଏହି ଜୀବାଣୁ ବିସ୍ତାର ହୋଇଥିବାରୁ ବର୍ତ୍ତମାନ ସୁଦ୍ଧା ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ଦୁଇ ଲକ୍ଷରୁ ଅଧିକ ଲୋକ ଏହି ଜୀବାଣୁ ସଂକ୍ରମିତ ହୋଇଛନ୍ତି। ଜୀବାଣୁ ଏଠାରେ ବିସ୍ତାର ନହେବା ପାଇଁ ସମସ୍ତ ଦେଶ ଅନେକ କଠୋର ପଦକ୍ଷେପ ନେଉଛନ୍ତି। କରୋନା ଜୀବାଣୁର ବୃଦ୍ଧି ପାଉଥିବା ପ୍ରଭାବକୁ ଦୃଷ୍ଟିରେ ରଖି ଭାରତ ସମେତ ସମସ୍ତ ଦେଶର ଅନେକ ସହରକୁ ବନ୍ଦ କରି ଦିଆଯାଇଛି। ଏଥିସହ ସରକାର ନିଜ ଲୋକଙ୍କୁ ଘରୁ ବାହାରକୁ ନଆସିବାକୁ ଏବଂ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବାକୁ ନିବେଦନ କରୁଛନ୍ତି। ଅନେକ ଖେଳାଳି କ୍ରମାଗତ ଭାବରେ ଲୋକଙ୍କୁ ଆକର୍ଷିତ କରିବା ସହିତ ସେମାନଙ୍କ ତରଫରୁ ଲୋକଙ୍କୁ ସଚେତନ କରାଇବାକୁ ଚେଷ୍ଟା କରୁଛନ୍ତି ଜ୍ଝ ଏହି ସମୟରେ ଇଂଲଣ୍ଡର ପୂର୍ବତନ କ୍ରିକେଟର କେଭିନ ପିଟରସନଙ୍କ ଏକ ଟ୍ୱିଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଭାରତୀୟ ପ୍ରଶଂସକଙ୍କୁ ହିନ୍ଦୀରେ ଏକ ବାର୍ତ୍ତା ଦେଇଛନ୍ତି।
ଭାରତୀୟ ପ୍ରଶଂସକଙ୍କୁ ଏକ ବିଶେଷ ବାର୍ତ୍ତାରେ ଇଂଲଣ୍ଡର ପୂର୍ବତନ କ୍ରିକେଟର କେଭିନ ପିଟରସେନ ଲେଖିଛନ୍ତି, ‘ନମସ୍ତେ ଇଣ୍ଡିଆ, ଏକାଠି ହୋଇ ଆମେ ସମସ୍ତେ କରୋନା ଜୀବାଣୁକୁ ପରାସ୍ତ କରିବା , ଆସନ୍ତୁ ଆମ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବା ଏବଂ କିଛି ଦିନ ପାଇଁ ଘରେ ରହିବା। , ସ୍ମାର୍ଟ ହେବାର ସମୟ ଆସିଛି ବୋଲି ସେ କହିଛନ୍ତି । ତାହା ସହିତ ସେ ଫ୍ୟାନଙ୍କୁ ନିଜର ଭଲପାଇବା ଜଣାଇଛନ୍ତି ।

Related posts

ଆମେରିକାର ଦୃଷ୍ଟିବାଧିତ ଛାତ୍ରୀ ମାନଙ୍କୁ କ୍ରିକେଟ ଖେଳ ବିଷୟରେ ତାଲିମ ଦେବେ କୋରାପୁଟ ଫୁଅ

ରଣଜୀ ଟ୍ରଫିର ତୃତୀୟ ପର୍ଯ୍ୟାୟ ମ୍ୟାଚ୍

Odisha Sports Bureau

ଦ୍ବିତୀୟ ଟେଷ୍ଟରେ ଘରୋଇ ଦଳ ଉପରେ ଚାପର ପାହାଡ଼

Odisha Sports Bureau