Cricket

ଆଇପିଏଲ ୨୦୨୦ ଅନ୍ରିକ୍ ନର୍ଖିୟା ଶ୍ରେଷ୍ଠ ଦ୍ରୁତତମ ବୋଲର ଭାବେ ବିବେଚିତ

ଦୁବାଇ: ମଙ୍ଗଳବାର ଦିନ ଶେଷ ହେଲା ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍ । ଏହାର ପରିସମାପ୍ତି ଘଟିବା ପରେ ଲିଗ୍ର ଦ୍ରୁତତମ ବୋଲର ମାନଙ୍କ ଏକ ତାଲିକା ବ୍ରକାଶିତ ହୋଇଛି । ତାଲିକାରେ ଦୀଲ୍ଲି କ୍ୟାପିଟାଲ୍ସର ଅନ୍ରିକ୍ ନର୍ଖିୟା ସର୍ବଶ୍ରେଷ୍ଠ ଦ୍ରୁତତମ ବୋଲର ଭାବେ ବିବେଚିତ ହୋଇଛନ୍ତି । ୟୁଏଇର ପିଚ ଗିୁଡ଼ିକ ସ୍ପିନରମାନଙ୍କ ପାଇଁ ଉବଯୁକ୍ତ ହୋଇଥିଲେ ମଧ୍ୟ ଲିଗ୍ର ଆରମ୍ଭରୁ ଶେଷ ଯାଏଁ ଦ୍ରୁତ ବୋଲର ମାନଙ୍କ ଦବ୍ଦବା ଦେକିବାକୁ ମିଳିଥିଲା । ଅନ୍ୟପଟେ ଦୀଲ୍ଲର ଦ୍ରୁତ ବୋଲର କାଗିସୋ ରାବାଡା ସର୍ବାଧିକ ୩୦ ଟି ୱିକେଟ ଅକ୍ତିଆର କରି ପର୍ପଲ କ୍ୟାପ୍ର ଅଧିକାରି ହୋଇଛନ୍ତି ।

ଚଳିତ ସିଜନ୍ରେ ସର୍ବଶ୍ରେଷ୍ଠ ୧୦ ଜଣ ଦ୍ରୁତତମ ବୋଲରଙ୍କ ତାଲିକାରେ ମାତ୍ର ୩ ଜଣ ଖେଳାଳି ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ନର୍ଖିୟା ୫ ଥର, ରାଜସ୍ଥାନ ରୟାଲ୍ସର ଜୋଫ୍ରା ଆର୍ଚର ୪ ଥର ଏବଂ କେକେଆରର ଅଲ୍ ରାଉଣ୍ଡର ଲୋକି ଫର୍ଗୁସନ୍ ଥରେ ଲେଖାଏଁ ଦ୍ରୁତତମ ବୋଲିଂ କରିଥିବା ରେକର୍ଡ କରାଯାଇଛି ।

Related posts

ଜବରଜସ୍ତ ଫର୍ମରେ ହିଟ ମ୍ୟାନ, ବିଗାଡୁଛି ବୋଲରଙ୍କ ଲୟ

Odisha Sports Bureau

ବିଶ୍ୱସ୍ତରୀୟ ହେବ ବାରବାଟୀ ଷ୍ଟାଡିୟମ, କଟକ ଯାଇ ସମୀକ୍ଷା କଲେ 5T ଅଧ୍ୟକ୍ଷ

Odisha Sports Bureau

ଅଗଷ୍ଟ ୨୫ରୁ ଆରମ୍ଭ ହେବ ଡଉ ୨୦୨୩ ଟିକେଟ ବିକ୍ରି

Odisha Sports Bureau