More Sports

ତିନିମାସ ପରେ ଆରମ୍ଭ ହେବ ଟୋକିଓ ଅଲିମ୍ପିକ୍ ଫ୍ଲାସ୍ ଲାଇଟ୍ ରିଲେ

(ଓଡିଶା ସ୍ପୋର୍ଟସ୍): ୨୩ ଜୁଲାଇ ୨୦୨୧ରେ ଆରମ୍ଭ ହେବାକୁ ଥିବା ଟୋକ୍ୱ ଅଲମ୍ପିକ୍ ଫ୍ଲାସ୍ ଲାଇଟ୍ ରିଲେ ଆରମ୍ଭ ହେବାକୁ ମାତ୍ର ୩ ମାସ ରହିଛି । କିନ୍ତୁ ଏବେ ମଧ୍ୟ ସେହି ପ୍ରଶ୍ନ ଉଠୁଛି କି କୋରୋନା ମହାମାରି ମଧ୍ୟରେ ଏହାର ସଫଳ ଓ ସୁରକ୍ଷିତ ଆୟୋଜନ କିଭଳି କରାଯିବ । ଆଜି ଆୟୋଜକ କହିଛିନ୍ତି ଫ୍ଲାସ୍ ରିଲେ ୨୫ ମାର୍ଚ୍ଚ ଠାରୁ ଫୁକୁଶିମାରୁ ଆରମ୍ଭ ହେବ ।

୯ ମାସ ପୂର୍ବରୁ ଯେବେ କୋରୋନା ମହାମାରୀ କାରଣରୁ ଅଲମ୍ପିକ୍ସକୁ ସ୍ଥଗିତ ରଖାଯାଇଥିଲା, ସେତେବେଳେ ମଧ୍ୟ ରିଲେ ଏହିଠାରୁ ଆମମ୍ଭ ହେବାର ଥିଲା । ଜାପାନର ତଟବର୍ତ୍ତି ଅଞ୍ଚଳରେ ସ୍ଥିତ ଏହି ସହର ୧୦ ବର୍ଷ ପୂର୍ବେ ଭୁମିକମ୍ପ ଏବଂ ସୁନାମି ଦ୍ୱାରା ଧ୍ୱସଂ ହୋଇଯାଇଥିଲା । ଏହା ପରେ ପରମାଣୁ ଗ୍ୟାସ୍ ଲିକ୍ ଦ୍ୱାରା ଏହା ପ୍ରଭାବିତ ହୋଇଥିଲା । ଫ୍ଲାସ୍ ଲାଇଟ୍ ରିଲେ ସମଗ୍ର ଜାପାନରେ ବୁଲିବ, ଯେଉଁଥିରେ ୧୦୦୦୦ ଧାବକ ଏବଂ ଶହ ଶହ ଅଧିକାରୀ ଭାଗ ନେବେ, ଏଥିରେ ସ୍ଥାନିୟ ବାସିନ୍ଦାଙ୍କୁ ବାଦ୍ ଦିଆଯାଇଛି । ଟୋକ୍ୱ ଅଲମ୍ପିକ୍ ଆୟୋଜକ ସମିତିର ଉପ ମହାନିର୍ଦ୍ଦେଶକ ୟୁକିହିକୋ ନୁନୋମୁରା କହିଛନ୍ତି, ” ଫ୍ଲାସ୍ ଲାଇଟ୍ ରିଲେ ସମୟରେ କୋରୋନା ପ୍ରୋଟୋକଲ୍ ଉପରେ ପୁରା ଧ୍ୟାନ ଦିଆଯିବ । ଦର୍ଶକ, ଫ୍ଲାସ୍ ଲାଇଟକୁ ଧରିଥିବା ବ୍ୟକ୍ତି ଏବଂ ସମସ୍ତ ଅଧିକାରୀମାନେ ଏହାର ପାଳନ କରିବେ ।

Related posts

ରେସିଂ ପଏଣ୍ଟ ଦଳର ବ୍ରେକ୍ ଡକ୍ଟ ୧୫ ପଏଣ୍ଟ କାଟି ଚାରି ମିଲିୟନ ୟୁରୋ ଜରିମାନା

Odisha Sports Bureau

ସ୍ୱର୍ଣ୍ଣ ପଦକ ଧରି ଭାରତ ମାଟିରେ ପାଦ ଦେଲେ ଦୂତୀ

Odisha Sports Bureau

ରାଜ୍ୟଗୋଷ୍ଠୀ ହକି ଦଳରେ ସ୍ଥାନ ପାଇଲେ ଏକମାତ୍ର ଓଡ଼ିଆ ଅମିତ